ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା

ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା

ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା
ଜାମ୍ମୁ କାଶ୍ମୀର :ଜାମ୍ମୁ କାଶ୍ମୀର ଅନନ୍ତନାଗରେ ଶ୍ରିଗୁଫୱାରା ଶାଳଗୁଲରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀ ମୁହାଁମୁହିଁ । ଏହି ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ସଫା କରିଛି ଭାରତୀୟ ସେନା। ସୂଚନାନୁଯାୟୀ, ଅନନ୍ତନାଗରେ ଶ୍ରିଗୁଫୱାରା ଶାଳଗୁଲ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ସୁରକ୍ଷାବାହିନୀକୁ ମିଳିଥିଲା। ଏହାପରେ ସୁରକ୍ଷାବାହିନୀର ଏକ ଜଏଣ୍ଟ ଟିମ୍ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ କରିଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ବିନିମୟ କରିଥିଲେ। ଫଳରେ ଭାରତୀୟ ସେନା ଏହାର ପ୍ରତି ଜବାବ ଦେଇଥିଲା। ଏହି ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ତେବେ ଆତଙ୍କବାଦୀଙ୍କ ମୃତଦେହ ଜବତ ହୋଇନାହିଁ। ଏନେଇ କୌଣସି ଗୁଜବ ପ୍ରଚାରକୁ ରୋକିବା ପାଇଁ ଉକ୍ତ ଅଞ୍ଚଳରେ ସାମହିକ ଭାବରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି।