କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି , ଜାଣନ୍ତୁ କଣ

କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି , ଜାଣନ୍ତୁ କଣ

କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି , ଜାଣନ୍ତୁ କଣ
ଭୁବନେଶ୍ୱର: କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ପ୍ରସଙ୍ଗରେ ବୁଧବାର ଏକ ବଡ଼ ଖବର ସାମନାକୁ ଆସିଛି । ଆନ୍ଧ୍ରର ଜବାବର ପ୍ରତିଜବାବ ପାଇଁ ସୁପ୍ରିମକୋର୍ଟ ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଥିବା କୁହାଯାଉଥିବାବେଳେ ବାସ୍ତବରେ କିନ୍ତୁ ଓଡ଼ିଶା ୪ ସପ୍ତାହ ସମୟ ମାଗିଛି । ସୁପ୍ରିମକୋର୍ଟ ଠାରେ ରାଜ୍ୟ ସରକାର ୪ ସପ୍ତାହ ମାଗିଛନ୍ତି । ଆଜି ବିଧାନସଭାରେ ମୁଲତବୀ ଆଲୋଚନାବେଳେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଣିଂ ଏହି ଲିଖିତ ଉତ୍ତର ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଆନ୍ଧ୍ର ପ୍ରଦେଶ ୧୭ ତାରିଖରେ ସତ୍ୟପାଠ ମାଧ୍ୟମରେ ଜବାବ ଦେଇଛି । ପ୍ରତି ଜବାବ ପାଇଁ ରାଜ୍ୟ ସରକାରଙ୍କ ଓକିଲ ୪ ସପ୍ତାହ ସମୟ ମାଗିଛନ୍ତି । ପୂର୍ବରୁ ରାଜ୍ୟ ସରକାରଙ୍କ ଓକିଲ ଶିବଶଙ୍କର ମିଶ୍ର କହିଥିଲେ ଯେ, ଆମ ପାଖରେ ପର୍ଯ୍ୟାପ୍ତ ଡକୁ୍ୟମେଣ୍ଟ ଅଛି । ୧୯୩୬ ମସିହା ପରଠାରୁ ଆମ ପାଖରେ ସବୁ ଡକୁ୍ୟମେଣ୍ଟ ଅଛି । ଆନ୍ଧ୍ର ଯେଉଁ ଡକୁ୍ୟମେଣ୍ଟ ଦାଖଲ କରିଛି, ସବୁ ମିଛ । ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି ବି ମିଛ । ଆନ୍ଧ୍ର ତା ସପକ୍ଷରେ ୪/୫ଟି ଫଟୋ ଦେଖାଇଛି । ଆମ ପାଖରେ ଆମ ସପକ୍ଷରେ ଆଲବମ ଭର୍ତ୍ତି ଫଟୋ ଅଛି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଥିଲେ ।