ଇରାନିରୁ ତେଲ କିଣା ବନ୍ଦ

ଇରାନିରୁ ତେଲ କିଣା ବନ୍ଦ

ଇରାନିରୁ ତେଲ କିଣା ବନ୍ଦ
ୱାସିଂଟନ: ଆମେରିକା ପକ୍ଷରୁ ଦିଆଯାଇଥିବା ରିହାତି ସମୟ ଶେଷ ହୋଇଯିବା ପରେ ଭାରତ ତରଫରୁ ଇରାନରୁ ତେଲ କିଣିବା ବନ୍ଦ କରିଦିଆଯାଇଛି । ଆମେରିକା ଚାପରେ ଭାରତ ଏଭଳି ନିଷ୍ପତି ନେଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କେବଳ ଭାରତ ନୁହେଁ, ଗ୍ରୀସ ଇଟାଲି, ତାଇୱାନ ତୁର୍କୀ ମଧ୍ୟ ଇରାନରୁ ତେଲ କିଣିବା ବନ୍ଦ କରିଦେଇଛନ୍ତି । ଭାରତ ଏହାର ତୃତୀୟ ସର୍ବାଧିକ ତେଲ ଇରାନରୁ କିଣୁଥିଲା । ଏହା ଶସ୍ତାରେ ଉପଲବ୍ଧି ହେଉଥିଲା ଏବଂ ଭାରତ ତେଲ ବିଶୋଧନ କରୁଥିବା କଂପାନିଗୁଡିକ ଇରାନ ମାଗଣା ବୀମା ଏବଂ ବାକିରେ ତେଲ ଯୋଗାଉଥିଲା । ମାତ୍ର ଇରାନ ଉପରେ ଆମେରିକା ତରଫରୁ କଟକଣା ଲାଗୁ କରାଯିବା ପରେ ଭାରତ ପକ୍ଷରୁ ଇରାନରୁ ତେଲ କିଣିବା କମାଇ ଦିଆଯାଇଥିଲା । ଭାରତ ସମେତ ୮ଟି ଦେଶକୁ ଇରାନ ଠାରୁ କିଛି ମାସ ପର୍ଯ୍ୟନ୍ତ ତେଲ କିଣିବାକୁ ଆମେରିକା ଅନୁମତି ଦେଇଥିଲା ।