ଆଜି ମହାଶିବରାତ୍ରି, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

ଆଜି ମହାଶିବରାତ୍ରି, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

ଆଜି ମହାଶିବରାତ୍ରି, ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି

ଭୁବନେଶ୍ୱର: ସମଗ୍ର ଦେଶରେ ଆଜି ପାଳିତ ହେଉଛି ପବିତ୍ର ମହାଶିବରାତ୍ରି। ଏଥିପାଇଁ ପୂଜକଙ୍କ ଠାରୁ ଭକ୍ତ, ସମସ୍ତଙ୍କ ମନରେ ଉସôାହ ଦେଖା ଦେଇଛି । ମହାଶିବରାତ୍ରି ପାଇଁ ମନ୍ଦିର ଗୁଡିକରେ ଭିଡ ନିୟନ୍ତ୍ରଣ ଏବଂ ଟ୍ରାଫିକ୍ ସମସ୍ୟା ଦୂର ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ରାଜ୍ୟରେ କୋଭିଡ  ସଂକ୍ରମଣ କମିଥିଲେ ମଧ୍ୟ ଭକ୍ତଙ୍କୁ କଟକଣା ମଧ୍ୟରେ ଦୂରରୁ ଠାକୁର ଦର୍ଶନ କରିବାକୁ ନିଦେ୍ର୍ଧଶ ରହିଛି । ରାଜଧାନୀର ସମସ୍ତ ମନ୍ଦିରରେ କୋଭିଡ ନିୟମ ପାଳନ କରିବାକୁ ଉଭୟ ସେବାୟତ ଏବଂ ଭକ୍ତଙ୍କୁ ପରାମର୍ଶ ଦିଆଯାଇଛି । ଚଳିତ ଥର ଲିଙ୍ଗରାଜ ମନ୍ଦିରରେ ଜାଗର ଦିନ ଆଡକାଠ ପାଖରୁ ହିଁ ଲିଙ୍ଗରାଜଙ୍କ ଦର୍ଶନ କରିବାରୁ ଭକ୍ତଙ୍କୁ ଅନୁମତି ରହିଛି । ଲିଙ୍ଗରାଜ ମନ୍ଦିରରେ ଦିନ ୩ଟାରୁ ସାଢେ ୩ଟା ପର୍ୟ୍ୟନ୍ତ ଅବକାଶ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୩ଟା ୩୦ରୁ ୫ଟା ପର୍ୟ୍ୟନ୍ତ ସେବାୟତ ଏବଂ ସେମାନଙ୍କ ପରିବାର ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିପାରିବେ । ସନ୍ଧ୍ୟା ୫ଟାରୁ ସାଧାରଣ ଭକ୍ତଙ୍କୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଅନୁମତି ରହିଛି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। 

କିଭଳି ଭାବେ ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବ, ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୁଲିସ କମିଶନର କହିଛନ୍ତି।

ସାହାଣମେଳା ଦର୍ଶନ ଓ ଗର୍ଭ ଗୃହ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଇ ନାହିଁ । ମନ୍ଦିର ଆସିବା ସମୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।