ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସମିତି ସଭ୍ୟ ନିର୍ବାଚନ ଜିତିପାରିଲେନି

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସମିତି ସଭ୍ୟ ନିର୍ବାଚନ ଜିତିପାରିଲେନି

ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ସମିତି ସଭ୍ୟ ନିର୍ବାଚନ ଜିତିପାରିଲେନି

ଭୁବନେଶ୍ୱର : ବିଜେଡିର ମହବିଜୟରେ ରାଜ୍ୟରେ ଅନେକ ପୁରୁଖା ଓ ପୁରୁଣା ନେତା ଧରାଶାୟୀ ହୋଇଛନ୍ତି। ଏପରିକି ପୂର୍ବତନ ମନ୍ତ୍ରୀ ବି ବାଦ୍‌ ପଡ଼ିନି। ପୁରୁଣା ନେତାଙ୍କ ଲୋକପ୍ରିୟତା କମିଥିବା ଦେଖାଯାଇଛି। ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି  । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି  ପରାଜୟର ସାମ୍ନା କରିଛନ୍ତି  । ହିନେ୍ଦାଳ ବ୍ଲକର ଗିରିଧାରୀ ପ୍ରସାଦ ପଞ୍ଚାୟତରୁ ସେ ସମିତିସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ  । ଯେଉଁ ଆସନ ସଂରକ୍ଷିତ ରହିଥିଲା  ।

ଶ୍ରୀମତୀ ବେହେରାଙ୍କ ବାପା ସ୍ୱର୍ଗତ ତ୍ରିନାଥ ନାୟକ ତିନି ଥର ବିଧାନସଭାକୁ ନିର୍ବାଚିତ ହେବା ସହ ମନ୍ତ୍ରୀ ମଧ୍ୟ ଥିଲେ  । ପରେ ସେ ମଧ୍ୟ ହିିନେ୍ଦାଳ ଆସନରୁ ୨୦୦୦ରୁ ୨୦୧୪ ପର୍ୟ୍ୟନ୍ତ ବିଜେଡ଼ି ବିଧାୟିକା ଥିଲେ  । ପ୍ୟାରୀମୋହନ ମହାପାତ୍ରଙ୍କ ସହ ଲିଙ୍କ ଓ ମଧ୍ୟରାତ୍ର ଷଡ଼ଯନ୍ତ୍ର କାରଣରୁ ତାଙ୍କୁ ଦଳରୁ କୋଣଠେସା କରି ଦିଆଯାଇଥିଲା  । ଶେଷରେ ସେ ବାଧ୍ୟ ହୋଇ ବିଜେଡ଼ି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ  । କିନ୍ତୁ ବିଜେପିରେ ଯୋଗ ଦେଇ ସଫଳତା ନପାଇବାରୁ ନିକଟରେ ସେ ବିଜୁ ଜନତା ଦଳକୁ ବାହୁଡ଼ି ଆସିଥିଲେ  ।

୨୦୨୪ରେ ବିଧାୟିକା ଭାବେ ନିର୍ବାଚନ ଲଢିବାକୁ ସେ ଆଶା ରଖିଥିଲେ  । ତେବେ ଏଥର ହିନେ୍ଦାଳ ବ୍ଲକ ଅଧ୍ୟକ୍ଷା ହେବା ଲକ୍ଷ୍ୟରେ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ  ।