ବଦଳିଲା କୋଣାର୍କ ମନ୍ଦିର ପରିଦର୍ଶନ ସମୟ

ବଦଳିଲା କୋଣାର୍କ ମନ୍ଦିର ପରିଦର୍ଶନ ସମୟ

ବଦଳିଲା କୋଣାର୍କ ମନ୍ଦିର ପରିଦର୍ଶନ ସମୟ

କୋଣାର୍କ: କୋଣାର୍କ ସୂର୍ୟ୍ୟମନ୍ଦିର ପରିଦର୍ଶନ ସମୟରେ ପରିବର୍ତ୍ତନ ହୋଇଛି । ମଙ୍ଗଳବାର ସକାଳ ୬ରୁ ସୂର୍ୟ୍ୟମନ୍ଦିର ମୁଖ୍ୟଦ୍ୱାର ଖୋଲାରହି ସନ୍ଧ୍ୟା ୭ଟାରେ ବନ୍ଦ ହେବ । ଅକ୍ଟୋବର ୩୧ ପର୍ୟ୍ୟନ୍ତ ସୂର୍ୟ୍ୟମନ୍ଦିର ପରିଦର୍ଶନ ସମୟ ପରିବର୍ତ୍ତନ ହୋଇଛି ବୋଲି ଏଏସ୍ଆଇ ସଂରକ୍ଷଣ ଅଧିକାରୀ ନୀରଜ ସିଂ ସୂଚନା ଦେଇଛନ୍ତି । ପୂର୍ବରୁ ସନ୍ଧ୍ୟା ୬ଟାରେ ମନ୍ଦିର ବନ୍ଦ ହେଉଥିଲା ।

ସେହିଭଳି ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ସନ୍ଧ୍ୟା ୭ଟା ୩୦ରୁ ଚାଲିବ । ୭ଟାରେ ଦର୍ଶକମାନେ ମନ୍ଦିର ପରିସରରୁ ବାହାରିବା ପରେ ଅଧଘଣ୍ଟା ବିରତି ରହିବ । ପରେ ଶୋ ପାଇଁ ଟିକେଟ୍ କରିଥିବା ଦର୍ଶକ ପ୍ରବେଶ କରିବେ । ଟିକେଟ ମୂଲ୍ୟ ୫୦ଟଙ୍କା ରଖାଯାଇଛି । ୮ଟି ଅତ୍ୟାଧୁନିକ ପ୍ରୋଜେକ୍ଟର ସାହାଯ୍ୟରେ ମୁଖଶାଳା ଓ ନାଟ୍ୟମନ୍ଦିରରେ ରଙ୍ଗିନ ଆଲୁଅର ଚିତ୍ତାକର୍ଷକ କାହାଣୀ ପର୍ୟ୍ୟଟକମାନେ ଦେଖିବାକୁ ପାଉଛନ୍ତି ।