ବିଜେପୁର ଉପନିର୍ବାଚନ:ଆଜି ନାମାଙ୍କନ

ବିଜେପୁର ଉପନିର୍ବାଚନ:ଆଜି ନାମାଙ୍କନ

ବିଜେପୁର ଉପନିର୍ବାଚନ:ଆଜି ନାମାଙ୍କନ
ଭୁବନେଶ୍ୱର:ବିଜେପୁର ଉପନିର୍ବାଚନର ଆଜି ପ୍ରାର୍ଥୀ ପତ୍ରର ଶେଷ ଦିନ ରହିଛି । ତିନି ଦଳର ପ୍ରାର୍ଥୀ ଆଜି ନାମାଙ୍କନ ଭରିବେ । ପଦ୍ମପୁର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ବିଜେଡିର ରୀତା ସାହୁ, ବିଜେପିର ସନତ ଗଡତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା ନାମାଙ୍କନ ଭରିବେ । ଗତ ବିଜେପୁର ଉପନିର୍ବାଚନରେ ରୀତା ସାହୁ ବିଜେଡି ଟିକେଟରେ ଜିତିଥିଲେ। ହେଲେ ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରୁ ବିପୁଳ ସମର୍ଥନରେ ବିଜୟୀ ହୋଇଥିଲେ। ଆଉ ସନତ ଗଡ଼ତିଆ, ନବୀନଙ୍କ ବିରୋଧରେ ଲଢ଼ି ଦ୍ବିତୀୟ ସ୍ଥାନରେ ରହିଥିଲେ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିବାରୁ ଏବେ ପୁଣି ଥରେ ସେଠାରେ ନିର୍ବାଚନ ହେବାକୁ ଯାଉଛି। ଦେଢ଼ ବର୍ଷ ଭିତରେ ବିଜେପୁରରେ ୩ ଥର ନିର୍ବାଚନ ହୋଇସାରିଲାଣି। ଏଥର ନିର୍ବାଚନୀ ମଇଦାନରେ କିଏ ବାଜି ମାରିବ। ତାହା ବିଜେପୁର ଭୋଟରଙ୍କ ଉପରେ ନିର୍ଭର କରୁଛି।