ଆଜି ଝାରସୁଗୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ଆଜି ଝାରସୁଗୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ଆଜି ଝାରସୁଗୁଡ଼ାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର

ଝାରସୁଗୁଡ଼ା: ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ପ୍ରଚାର ମଇଦାନରେ ବିଭିନ୍ନ ଦଳର ଷ୍ଟାର୍ ପ୍ରଚାରକଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ବିଜେପିର ଷ୍ଟାର୍ ପ୍ରଚାରକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ମାରାଥନ ପ୍ରଚାର କାର୍ୟ୍ୟକ୍ରମ ରହିଛି ।

ମଙ୍ଗଳବାର ସକାଳେ ଟ୍ରେନ୍ରେ ସମ୍ବଲପୁର ପହଞ୍ଚିବା ପରେ ବୁର୍ଲା ସ୍ଥିତ ଏମସିଏଲ୍ ଅତିଥି ଭବନରୁ କାର୍ ଯୋଗେ ରମ୍ପେଲା ସେତୁ ଦେଇ ଲଖନପୁର ବ୍ଲକର ରମ୍ପେଲା ଡୁନଡୁନ ଛକରେ ସକାଳ ସାଢେ ୯ଟାରେ ପହଞ୍ଚିବେ । ସେଠାରୁ ପ୍ରଚାର ଆରମ୍ଭ କରିବା ସହ ଚାରପାଲି, କୁମ୍ଭାରବନ୍ଧ, ଦଳଗାଁ, ବନ୍ଧବାହାଲ ଦେଇ ଅଢାପଡ଼ାକୁ ପହଞ୍ଚିବେ । ସେଠାରୁ ବାହାରି ବାଗମୁଣ୍ଡାଠାରେ ସାଢେ ୧୦ଟାରେ ନିର୍ବାଚନୀ ସଭାରେ ଉଦବୋଧନ ଦେବେ । ସଭା ପରେ କଦମଡିହି, ଜାମଗାଁ, ପଞ୍ଚଗାଁ ଦେଇ କନକତେରା ପର୍ୟ୍ୟନ୍ତ ପ୍ରଚାର କରିବା ସହ ଅପରାହ୍ଣ ୫ଟା ୧୫ରେ ବେଲପାହାଡ଼ ପୌର ପରିଷଦରେ ପ୍ରଚାର କରିବେ । ସନ୍ଧ୍ୟା ୬ଟା ୧୫ରେ ବ୍ରଜରାଜନଗରରେ ରୋଡ୍ ସୋ’ ପରେ ରାତିରେ ଝାରସୁଗୁଡ଼ା ଦେଇ ଟ୍ରେନ ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବା କାର୍ୟ୍ୟକ୍ରମ ରହିଛି ।