ମୋଦୀଙ୍କୁ ଭେଟିବେ ଜିନପିଙ୍ଗ

ମୋଦୀଙ୍କୁ ଭେଟିବେ ଜିନପିଙ୍ଗ

ମୋଦୀଙ୍କୁ ଭେଟିବେ ଜିନପିଙ୍ଗ
ବେଜିଂ : ଜୁନ ୧୩-୧୪ରେ କରଗିଜସ୍ତାନର ବିସକେକଠାରେ ଅନୁଷ୍ଠିତ ହେବାକୁ ଥିବା ସାଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ମୋଦୀ ଜିନପିଙ୍ଗଙ୍କୁ ପ୍ରଥମ ଥର ଭେଟିବେ । ଜିନପିଙ୍ଗ ୧୨ ରୁ ୧୬ ପର୍ଯ୍ୟନ୍ତ କିରଗିଜସ୍ତାନ ଓ ତାଜିକିସ୍ତାନ ଗସ୍ତରେ ଯିବେ ବୋଲି ସେଠାକାର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଲୁ କାଙ୍ଗ କହିଛନ୍ତି । ଏସସିଓ ଚୀନ ନେତୃତ୍ୱାଧୀନ ଅର୍ଥନୈତିକ ଓ ସୁରକ୍ଷା ସଂପର୍କିତ ଏକ ସଂଘ ଯେଉଁଥିରେ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ଏବଂ ଭାରତ ଓ ପାକିସ୍ତାନକୁ ୨୦୧୭ରେ ସାମିଲ କରାଯାଇଥିଲା । ଚୀନରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ବିକ୍ରମ ମିସ୍ରି ସୂଚନା ଦେଇଛନ୍ତି ଯେ ଉଭୟ ରାଷ୍ଟ୍ରଦୂତ ବିକ୍ରମ ମିସ୍ରି ସୂଚନା ଦେଇଛନ୍ତି ଯେ ଉଭୟ ରାଷ୍ଟ୍ରମୁଖ୍ୟ ଏସସିଓ ସମ୍ମିଳନୀ ଅବସରରେ ଆଲୋଚନା କରିବେ । ଗତବର୍ଷ ଉହାନଠାରେ ମୋଦି ଓ ଜିନପିଙ୍ଗ ପ୍ରଥମ ଅଣଆନୁଷ୍ଠାନ୍ଖଳ ବୈଠକରେ ଭେଟିଥିଲେ ହିଁ ତାହା ଦ୍ୱିପାକ୍ଷିକ ସମ୍ପର୍କକୁ ବେଶ ମଜବୁତ କରିଥିଲା ବୋଲି ମିସ୍ରି କହିଛନ୍ତି ।