ଆକାଶ ମାର୍ଗରୁ ମଶା ଖୋଜିବ ଡ୍ରୋନ୍
ଆକାଶ ମାର୍ଗରୁ ମଶା ଖୋଜିବ ଡ୍ରୋନ୍
ଭୁବନେଶ୍ୱର: ଆକାଶ ମାର୍ଗରୁ ମଶା ଖୋଜିବ ଡ୍ରୋନ୍ । ଖାଲି ଖୋଜିବନି, କେମିକାଲ ଛିଞ୍ଚି ବଂଶ ମଧ୍ୟ ନିପାତ କରିବ । ମଶା କାମୁଡ଼ା ଅସମ୍ଭାଳ ହେବା ପରେ ବିଏମସିର ଚେତା ପଶିଛି । ଗଳି ଓ ଅବ୍ୟବହୃତ ଜଳାଶୟରୁ ଡ୍ରୋନ ଯୋଗେ ମଶା ମାରିବାକୁ ଯୋଜନା ଆରମ୍ଭ ହେବ ବୋଲି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ।
ରାଜଧାନୀରେ ପ୍ରଥମିକ ଭାବେ ୩ଟି ୱାଡର଼୍ରେ ଏହି ଡ୍ରୋନ ଯୋଗେ ମଶା ଦମନ ଆରମ୍ଭ ହେବ । ୱାଡର଼୍ରେ ଥିବା ଅବ୍ୟବହୃତ ଜଳାଶୟରେ କେମିକାଲ ଛିଞ୍ଚନ କରାଯିବ । ଏହା ସହ ଯେଉଁ ସ୍ଥାନରେ ଟିଫା ମେସିନ ଗାଡ଼ି ପଶି ପାରୁନି ସେଠାରେ ମଧ୍ୟ ଡ୍ରୋନ ଯୋଗେ ମଶା ତେଲ ସିଞ୍ଚନ କରାଯିବ । ମଶାର ସାନ୍ଦ୍ରତା ବୃଦ୍ଧି ପାଉଥିବା ଅଞ୍ଚଳରେ ସ୍ୱତନ୍ତ୍ର ଟିମ ଗଠନ ହେବ । ଏହି ଅଞ୍ଚଳରେ ବୈଷୟିକ ଟିମ ଗଠନ କରି ସର୍ଭେ କରାଯିବ । ମଶା ଉତ୍ସକୁ ଖୋଜି ସେମାନଙ୍କ ବଂଶ ନିପାତ କରିବାକୁ ବିଏମସି କମିଶନର ନିର୍ଦ୍ଦେଶ ଦେଇଛନ୍ତି । ମଶା ଦମନ ପାଇଁ ଆଉ ତିନୋଟି ଟିଫା ମେସିନ ଅଣାଯାଇଛି ।




admin 