ଆଉ ୩୧୪ଜଣ ଚାଲିଗଲେ କରୋନାରେ
ଆଉ ୩୧୪ଜଣ ଚାଲିଗଲେ କରୋନାରେ
ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ହେଲାଣି କରୋନା ଗ୍ରାଫ । ହୁ ହୁ ହୋଇ ବୃଦ୍ଧି ପାଉଛି ଦୈନିକ ସଂକ୍ରମଣ। ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଆଜି ଦେଶରେ ୨ ଲକ୍ଷ ୭୧ହଜାର ୨୦୨କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୩୧୪ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୮୬ହଜାର ୭୬କୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ରହିଛି ୧.୩୮ପ୍ରତିଶତ ରହିଛି,
ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲା ୧୫ଲକ୍ଷ ପାର୍ କରିଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୧୫ଲକ୍ଷ ୫୦ହଜାର ୩୭୭ରହିଛି । ଆଜି ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ୧ଲକ୍ଷ ୩୮ହଜାର ୩୩୧ । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୫୦ଲକ୍ଷ ୮୫ହଜାର ୭୨୧ଜଣ । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି ।