୨୪ ଘଣ୍ଟାରେ ୨ଲକ୍ଷ ୭୧ହଜାର ୨୦୨ ପଜିଟିଭ

୨୪ ଘଣ୍ଟାରେ ୨ଲକ୍ଷ ୭୧ହଜାର ୨୦୨ ପଜିଟିଭ

୨୪ ଘଣ୍ଟାରେ ୨ଲକ୍ଷ ୭୧ହଜାର ୨୦୨ ପଜିଟିଭ

ନୂଆଦିଲ୍ଲୀ: ଉପରମୁହାଁ କରୋନା ଗ୍ରାଫ । ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ ।  ଗତ ୨୪ ଘଣ୍ଟାରେ ଦେଶରେ ୨ଲକ୍ଷ ପାର୍ କରିଛି ଦୈନିକ ସଂକ୍ରମଣ । ସ୍ଥିତି ଅଣାୟତ୍ତ ହେବା ସହ ଦୈନିକ ସଂକ୍ରମଣ ୨ଲକ୍ଷ ପାର୍ କରିଛି । ଗତ ୨୪ଘଣ୍ଟାରେ ଦେଶରେ  ୨ଲକ୍ଷ ୭୧ହଜାର ୨୦୨ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୧୬.୨୮ପ୍ରତିଶତକୁ ବୃଦ୍ଧି ପାଇଛି । 

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ଲକ୍ଷ ପାର୍ କରିଛି । ଦେଶରେ ସକ୍ରିୟ ମାମଲା ରହିଛି ୧୪ଲକ୍ଷ ୫୦ହଜାର ୩୭୭ରହିଛି ଓ ଏବେ ସୁଦ୍ଧା ମୋଟ ୩କୋଟି ୫୦ଲକ୍ଷ ୮୫ହଜାର ୭୨୧ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତିି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ସହିତ ଟିକାକରଣ ପ୍ରକ୍ରିୟା ମଧ୍ୟ  ଦ୍ରୁତ ବେଗରେ ଚାଲିଛି ।