ଅନଲାଇନରେ ବିପିୟୁଟି ପରୀକ୍ଷା

ଅନଲାଇନରେ ବିପିୟୁଟି ପରୀକ୍ଷା

ଅନଲାଇନରେ ବିପିୟୁଟି ପରୀକ୍ଷା
ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ବିଭିନ୍ନ ପରୀକ୍ଷା ଏବେ ବାଧାପ୍ରାପ୍ତ ହୋଇଛି । ପରୀକ୍ଷା ବିଳମ୍ବରେ ହେବା ସହ ଫଳ ବି ବିଳମ୍ବରେ ବାହାରୁଛି । ଏହାରି ଭିତରେ ବିପିୟୁଟି ପରୀକ୍ଷା ଅନୁଲାଇନରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ପରୀକ୍ଷା ନିଷ୍ପତ୍ତି ନେଇ ବିପିୟୁଟି ପରୀକ୍ଷା ନିଦେ୍ର୍ଧଶକ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି । ଇଣ୍ଟର ମିଡିଏଟ ସେମିଷ୍ଟର ପରୀକ୍ଷା ରେଗୁରାଲ ପରୀକ୍ଷାଭାବେ ବିବେଚିତ ହେବ । ଏଥିରେ ଯେଉଁମାନେ ଫେଲ କିମ୍ବା ଅନୁପସ୍ଥିତ ରହିବେ ସେମାନଙ୍କ ବ୍ୟାକ ପେପର ଲାଗିବ । ବିଟେକ, ବିଫାର୍ମା, ଏମବିଏ, ଏମସିଏ ୨ୟ, ସେମିଷ୍ଟର ପରୀକ୍ଷା ବି ସେପ୍ଟେମ୍ବରରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।