କଟକ ଫୋଟୋଗ୍ରାଫର୍ସ ଆସୋସିଏସନ ତରଫରୁ World photography day ପାଳନ କରାଯାଇ ଥିଲା

କଟକ ଫୋଟୋଗ୍ରାଫର୍ସ ଆସୋସିଏସନ ତରଫରୁ ଅଗଷ୍ଟ 19 ତାରିଖ 2024 World photography day ପାଳନ କରାଯାଇ ଥିଲା ଆଜି ସକାଳୁ ଆସୋସିଏସନ ର ସବୁ ସଦସ୍ୟ ବାରବାଟୀ ଷ୍ଟାଡିୟମ ଗଡ଼ଖାଇ ପାଖ ରେ ଏକାଠି ହୋଇ ଥିଲେ। ସଦସ୍ୟ ମାନଙ୍କର ନୂତନ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା ତା ପରେ ସବୁ ସଦସ୍ୟ ଯାଇ ସମାଜ ଖବର କାଗଜ ଅଫିସ ରେ ଅବସ୍ତିତ ହୋଇଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଚଣ୍ଡୀ ମନ୍ଦିର ପାଖରେ ଭିକ୍ୟୁକ ମାନଙ୍କୁ ଛତା ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ତାପରେ ଦୟାଆଶ୍ରମ ରେ ରହୁଥିବା ଅନ୍ତେବାସୀ ମାନଙ୍କୁ ଫଳ ଏବଂ ଶୁଖିଲାଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କଟକ ଫୋଟୋଗ୍ରାର୍ସ ଆସୋସିଏସନ ର ସଭାପତି. ସୁଜିତ କୁ. ମିଶ୍ର। ସମ୍ପାଦକ. ସଚ୍ଚିଦାନନ୍ଦ ସ୍ୱାଇଁ। ଉପସଭାପତି. କଲ୍ୟାଣ ଭଗତ। କୋଷାଧକ୍ଷ. ଆଶିଷ ମିତ୍ର ଏବଂ ଆସୋସିଏସନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।