ପୁରୀରେ ପୁଣି ହତ୍ୟା

ପୁରୀରେ ପୁଣି ହତ୍ୟା

ଶ୍ରୀକ୍ଷେତ୍ରରେ ପୁଣି ଗଡ଼ିଲା ମୁଣ୍ଡ, ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ଯାଇ ଆଉ ଏକ ହତ୍ୟାକାଣ୍ଡ ଘଟିଛି, ଗତ 10 ଦିନ ମଧ୍ୟରେ 3 ଟି ହତ୍ୟାକାଣ୍ଡ ଘଟଣା ଘଟିଥିବା ବେଳେ ଗତ 4 ମାସରେ ପୁରୀ ସହରରେ 5 ଟି ହତ୍ୟା ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି, ଗତ କିଛି ଦିନ ଧରି ପୁରୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି, ଗତକାଲି ସନ୍ଧ୍ୟାରେ ଘଟିଥିବା ହତ୍ୟା ଘଟଣାର ଶିକାର ହୋଇଛନ୍ତି ଜଣେ ଦିବ୍ୟାଙ୍ଗ, ତାଙ୍କ ପୁଅ ଏକ ହତ୍ୟାକାଣ୍ଡ ଘଟଣାରେ ଏବେ ଜେଲରେ ଥିବା ବେଳେ ହତ୍ୟାର ପ୍ରତିଶୋଧ ନେବା ପାଇଁ ବିପକ୍ଷ ଗୋଷ୍ଠୀର ସଂଘବଦ୍ଧ ଆକ୍ରମଣରେ ଜେଲରେ ଥିବା ଯୁବକର ବାପାଙ୍କୁ ହତ୍ୟା କରାଯାଇଛି, ଗତକାଲି ସନ୍ଧ୍ୟାରେ ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡଗୋଡ଼ିଆ ସାହିର ଭିନ୍ନକ୍ଷମ ହରିହର ସାହୁ ଚାଲି ଚାଲି ନିଜ ଘରକୁ ଯାଉଥିଲେ, ପୂର୍ବରୁ ଯୋଜନା ବଦ୍ଧ ଭାବେ 3 ଟି ବାଇକରେ ଆସିଥିବା 9 ଜଣ ଯୁବକ ହଟାତ ଏକ ମାରଣାସ୍ତ୍ରରେ ହରିହରଙ୍କୁ ତାଙ୍କ ଘର ନିକଟରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ, ଖବର ପାଇଁ ଟାଉନ ଥାନା ପୋଲିସ ଗୁରୁତର ହରିହରଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା, ତେବେ ହରିହରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପ୍ରାଣବାୟୁ ଉଡିଯାଇଥିଲା, ତେବେ ପୋଲିସ ସୂଚନା ଅନୁଯାଇ ଗତ 8 ତାରିଖ ରାତିରେ ଖଜା ବ୍ୟବସାୟକୁ କେନ୍ଦ୍ର କରି ସେହି ସାହିର ଦିନେଶ ଖୁଣ୍ଟିଆଙ୍କୁ ହତ୍ୟା କରାଯାଇଥିଲା, ଏହି ହତ୍ୟା ଘଟଣାରେ ଗତକାଲି ହତ୍ୟାର ଶିକାର ହୋଇଥିବା ମୃତ ହରିହରଙ୍କ ପୁତ୍ର ଓ ତାର ସହଯୋଗୀ ଦିନେଶ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବାରୁ ପୋଲିସ ସେମାନଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲା, ସେହି ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଏହି ହତ୍ୟା କାଣ୍ଡ ଘଟିଥାଇ ପାରେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଚଳାଇଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି