କଂଗ୍ରେସ ପୁରୁଖାଙ୍କୁ କଲା ବାୟ ବାୟ ଗଣମାଧ୍ୟମରେ ସତ ଓଗାଳିଲେ ହେବିଓ୍ବେଟ୍

କଂଗ୍ରେସ  ପୁରୁଖାଙ୍କୁ କଲା ବାୟ ବାୟ  ଗଣମାଧ୍ୟମରେ ସତ ଓଗାଳିଲେ ହେବିଓ୍ବେଟ୍

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ବିସ୍ଫୋରକ ବୟାନ ଦେଇ ହଟଚମଟ ସୃଷ୍ଟି କରିଛନ୍ତି । ରାଜ୍ୟ କଂଗ୍ରେସର ଷ୍ଟଅରିଂ କମିଟିକୁ ନେଇ ପ୍ରଶ୍ନ ଉଠାଇ ପଞ୍ଚାନନ କାନୁନଗୋ କହିଛନ୍ତି, ଓଡ଼ିଆ ଅସ୍ମିତାର କଥା ।  ହେଲେ କମିଟି ଅଧ୍ୟକ୍ଷ ପାଇଁ ସାରା ରାଜ୍ୟରେ ଓଡ଼ିଶା କଂଗ୍ରେସକୁ ଓଡ଼ିଆ ନେତା ମିଳିଲେ ନାହିଁ । ଦୁର୍ଭାଗ୍ୟର କଥା ଜଣେ ଅଣ ଓଡ଼ିଆ ଲୋକ କମିଟିର ଅଧ୍ୟକ୍ଷ ହୋଇଛନ୍ତି । ଅତୀତରେ କେବେ ରାଜ୍ୟ କଂଗ୍ରେସର କୌଣସି କମିଟିରେ ପ୍ରଭାରୀ ଅଧ୍ୟକ୍ଷ ହେଇନଥିଲେ । ପ୍ରଭାରୀଙ୍କ ଅଧ୍ୟକ୍ଷତାରେ କାହିଁକି କମିଟି ଗଠନ ହେଲା ଓ ତାର କାମ କଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପାରଗତା ଲୁଚେଇବା ପାଇଁ ପରାଜୟର ସମୀକ୍ଷା କରାଗଲାନି । ସମୀକ୍ଷା ହୋଇଥିଲେ ପରାଜୟ ପଛର କାରଣ ସ୍ପଷ୍ଟ ହୋଇଥାନ୍ତା ବୋଲି କହିଛନ୍ତି କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନଗୋ । ଖାଲି ସେତିକି ନୁହେଁ । ଏନେଇ ତାରାଙ୍କ ରାଗ କିଛି କମ୍ ନୁହେଁ,  କହୁ କହୁ କଂଗ୍ରେସର ଏହି ହେବି ଓ୍ବେଟ ନେତା କିଛି ଏମିତି କହିଦେଲେ ।  ଯାହା ଦଳରେ ଗୋଡ ଟଣା ନୀତି  ରହିଛି ବୋଲି ପରିଲିଖିତ୍ ହେଉଛି ।  ଆମ ଭଳି ପ୍ରକୃତ କଂଗ୍ରେସ କର୍ମୀ ଙ୍କୁ କାନ୍ଦ ଲାଗୁଛି ଦଳ ରେ ବିଭାଜନ ସୃଷ୍ଟି ହେଉଛି, ଏହା ହେବା ଅନୁଚିତ ।  କାହାର ଦଳୀୟ ସ୍ୱାର୍ଥ ଚିନ୍ତା ନାହିଁ, ନିଜ ସ୍ୱାର୍ଥ ହାସଲ ପାଇଁ ଚେଷ୍ଟା ଚାଲିଛି  ଲୋକ କେବେ କ୍ଷମା ଦେବେନି ।  ଖାଲି ସେତିକି ନୁହେଁ  କଂଗ୍ରେସ ଦଳର ଗାନ୍ଧୀ ପରିବାର ବସ, ସେମାନେ ଯାହା ନିଷ୍ପତି ନେବେ  ତାକୁ ଆମକୁ ମାନିବାକୁ ପଡିବ ବୋଲି କହିଥିଲେ ତାରା । 

ମତେ ବିଜେଡି, ବିଜେପି ସହ କଂଗ୍ରେସ ବି ବିରୋଧ କରୁଛି ବୋଲି କହି ଦିଜ ଦଳକୁ ବୀରୋଧୀଙ୍କ ସ୍ଥାନ ଦେଇଥିଲେ ତାରା । ଏଥିସହିତ କାଳେ ତାରାଙ୍କ ନିର୍ବାଚନ ମଣ୍ଡଳୀ ଭିତରେ ଅଛି କଂଗ୍ରେସ କର୍ମୀ ଭାଙ୍ଗି ଗଲେଣି ବୋଲି ସେ ସ୍ପଷ୍ଟ କରିଛନ୍ତି । ଏଥିସହିତ ତାରା ଦଳରର ସ୍ବାର୍ଥ ପାଇଁ ସବୁ କର୍ମୀଙ୍କୁ ଏକଜୁଟ ହେବାର ଆବଶ୍ୟକ ରହିଛି ବୋଲି କହିଛନ୍ତି କଂଗ୍ରେସର ଏହି ହେବି ଓ୍ବେଟ୍ ନେତା ତାରାପ୍ରସାଦ ବାହୀନିପ୍ରତି  ।