ସିଲଭର ସିଟିରେ ହାଇଭୋଲଟେଜ ରୋଡ଼ ଶୋ’

ସିଲଭର ସିଟିରେ ହାଇଭୋଲଟେଜ ରୋଡ଼ ଶୋ’

ସିଲଭର ସିଟିରେ ହାଇଭୋଲଟେଜ ରୋଡ଼ ଶୋ’
କଟକ : ଆସନ୍ତା ୨୩ତାରିଖରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରିପ୍ରେକ୍ଷୀରେ ବୁଧବାର ଉଭୟ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ପ୍ରଚାର ପାଇଁ କଟକରେ ରୋଡ-ଶୋ’ କରିବେ । ପ୍ରଚାର ମଇଦାନରେ ହେବ ହାଇଭୋଲଟେଜ୍ ରୋଡ଼ ଶୋ’ । ଆଜି ସନ୍ଧ୍ୟାରେ ଉଭୟ ନେତା କଟକରେ ପହଞ୍ଚିବା ପରେ ରୋଡ-ଶୋ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଗୋଟିଏ ଦିନରେ ବିଜେଡି ଓ ବିଜେପିର ଦୁଇ ଷ୍ଟାର୍ କ୍ୟାମ୍ପନରଙ୍କ ପ୍ରଚାରକୁ ନେଇ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ୪ଟା ୩୦ରେ ନରାଜ ହେଲିପ୍ୟାଡ ନିକଟରୁ ସଡକ ପଥରେ ସେ ସେକ୍ଟର-୧୦ ମଣ୍ଟେଶ୍ବରୀ ଗଡା ନିକଟରୁ ରୋଡ-ଶୋ ଆରମ୍ଭ କରିବେ। ସେକ୍ଟର-୭ ନିକଟରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ମୁଖ୍ୟମନ୍ତ୍ରୀ ବସ୍ରେ ସତୀଚଉରା, ସେଲଟରଛକ, କନିକାଛକ, ଚଣ୍ଡୀଛକ, ବକ୍ସିବଜାର, ମଣିସାହୁଛକ, ମାତାମଠ, ରିଂରୋଡ, କଲେଜଛକ, ରାଣୀହାଟ, ଦୋଳମୁଣ୍ଡାଇ, ବାଦାମବାଡି, ମଧୁପାଟଣା, ଶିଖରପୁର, ମହାନଦୀବିହାର, ପୋତାପୋଖରୀ, ନୂଆବଜାର, କନ୍ଦରପୁର, ସୋମପୁର, କଇଜଙ୍ଗା, ଅଥାଙ୍ଗ ସେତୁ, ୪୨ମୌଜା, କଳପଡା, ଘାଟକୂଳ ଦେଇ ପ୍ରେସଛକରେ ପହଞ୍ଚିବେ। ପ୍ରଭୃତି ଅଂଚଳ ବୁଲି ରୋଡ଼ ଶୋ’ କରିବେ ନବୀନ । ସେହିପରି ଅମିତ ଶାହା ବୁଧବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଗୌରୀଶଙ୍କର ପାର୍କ ନିକଟରୁ ଶୋଭାଯାତ୍ରାରେ ବାହାରି ତିନିକୋଣିଆବଗିଚା, ଦରଘାବଜାର, ଚୌଧୁରୀବଜାର, ନୟାସଡକ, ବାଲୁବଜାର ନିମଚଉଡି, ଚାନ୍ଦିନୀଚୌକ, ମହମ୍ମଦିଆବଜାର, ଶେଖବଜାର ଦେଇ ଚଣ୍ଡୀ ମନ୍ଦିର ନିକଟରେ ପହଞ୍ଚିବେ। ଶାହାଙ୍କ ଶୋଭାଯାତ୍ରାକୁ ସଫଳ କରିବା ପାଇଁ ବିଜେପି ପ୍ରାର୍ଥୀ ଓ କର୍ମୀ ଦିନ ରାତି ଏକ କରିଦେଇଛନ୍ତି। ଅପରପକ୍ଷରେ ବିଜେପି ମଧ୍ୟ କଟକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶାହାଙ୍କ ବିଜୟ ସଂକଳ୍ପ ଯାତ୍ରାକୁ ସଫଳ କରିବା ପାଇଁ ପ୍ରଚେଷ୍ଟା ଚଳାଇଛି।