ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ କଂଗ୍ରେସ

ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ କଂଗ୍ରେସ

ଆସନ୍ତାକାଲି ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ କଂଗ୍ରେସ
ଭୁବନେଶ୍ୱର: ଆସନ୍ତାକାଲି ୧୨ଟାରୁ ୩ଟା ପର୍ଯ୍ୟନ୍ତ ଚାଷୀଙ୍କ ବନ୍ଦ ଡାକରାକୁ କଂଗ୍ରେସ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ପିସିସି ସଭାପତି ନିରନଞ୍ଜନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ପୂର୍ଣ୍ଣପ୍ରାଣରେ ଚାଷୀଙ୍କ ବନ୍ଦ ଡାକରାକୁ ସମର୍ଥନ ଦେବ । ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ସରକାର ସେମାନଦଙ୍କ ଦାବି ଶୁଣୁ ନାହାନ୍ତି । ଆନେ୍ଦାଳନସ୍ଥଳରେ ୧୦୦ରୁ ଅଧିକ ଲୋକ ମଲେଣି । ଆମେ ବନ୍ଦକୁ ସମର୍ଥନ କରୁଛୁ । ଆସନ୍ତା ୧୫ ତାରିଖରେ ତେଲ ଦାମ ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛୁ ବୋଲି ପିସିସି ସଭାପତି ନିରନଞ୍ଜନ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘଦିନ ଧରି ଜାରି ରହିଛି କୃଷକ ଆନ୍ଦୋଳନ । ଆହୁରି ଜୋରଦାର ଆନ୍ଦୋଳନ ପାଇଁ ଚାଷୀ ଆହ୍ୱାନ ଦିଆଯାଇଛି । ଆସନ୍ତାକାଲି ସାରା ଦେଶରେ ଦିନ ୧୨ ଟାରୁ ୩ଟା ଯାଏଁ ଚକା ଜାମ ହେବ । ଏଥିପାଇଁ ଚାଷୀ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି । ଆସନ୍ତାକାଲି ସାରା ଦେଶରେ ଦିନ ୧୨ ଟାରୁ ୩ଟା ଯାଏଁ ଚକା ଜାମ ନେଇ ଘୋଷଣା କରିଛି ଚାଷୀ ସଂଗଠନ । ଏହାକୁ ସମର୍ଥନ କରି ନବ ନିର୍ମାଣ କୃଷକ ସଂଗଠନ ମଧ୍ୟ କାଲି ଚକ ଅଖ ଜାମ ପାଇଁ ଡାକରା ଦେଇଛି । ଦିନ ୧୨ ଟାରୁ ୩ଟା ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନ କରିବ । ଅନ୍ୟପଟେ କେନ୍ଦ୍ର ସରକାର ମଧ୍ୟ ଚାଷୀ ଆନ୍ଦୋଳନକୁ ଅଟକାଇବା ପାଇଁ ପ୍ରସ୍ତୁତି କରିଛନ୍ତି । କୃଷି ଆଇନକୁ ବିରୋଧ କରି ଦୀର୍ଘ ୨ ହେଲା କୃଷକ ଆନ୍ଦୋଳନ ଜାରି ରହିଛି । ଏହା ମଧ୍ୟରେ ୧୧ ଥର ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ ।