ବିଶ୍ୱ ତମାଖୁ ବର୍ଜନ ଦିବସ

ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଗଣନା ଅନୁସାରେ, ୨୦୧୨ରେ ତମାଖୁ ଖାଇ ୬୦ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ତମାଖୁ ଖାଇ ଅଧିକାଂଶ କର୍କଟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ିଥାନ୍ତି । ଏ ଦିଗରେ ଲୋକଙ୍କୁ ବାରମ୍ବାର ସତର୍କ କରାଯିବା ସତ୍ତେ୍ୱ ଲୋକେ ସଚେତନ ହେଉନାହାନ୍ତି ।

୧୯୮୭ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଥମଥର ତମାଖୁ ବର୍ଜନ ଦିବସ ମେ’ ୩୧ରେ ପାଳନ କରିବାକୁ ଘୋଷଣା କଲେ । ତମାଖୁ ନିଶା କବଳରୁ ମୁକୁଳିବା ଭାରି କଷ୍ଟକର । ଭାରତରେ ଉଭୟ ଯୁବପିଢ଼ି ଓ ବୟସ୍କ ବର୍ଗ ତମାଖୁ ଖାଇବାରେ ଅଭ୍ୟସ୍ତ । ଏଥିରୁ ମୁକୁଳିବାର ଏକ ସହଜ ତଥା ସରଳ ଉପାୟ ହେଉଛି ନିଜେ ଦୃଢ଼ ସଙ୍କଳ୍ପ କରନ୍ତୁ । ମେ ୩୧ରେ ‘ବିଶ୍ୱ ତମାଖୁ ବର୍ଜନ ଦିବସ ପାଳନ କରିବାର ମୂଳ ଲକ୍ଷ୍ୟ ହେଉଛି ତମାଖୁ ଖାଇବାରୁ ଦୂରେଇ ରହି ସୁସ୍ଥ ଜୀବନ ଅତିବାହିତ କରିବାକୁ ଚେଷ୍ଟା କରିବା ।