କିଛି ସମୟର ଅପେକ୍ଷା ବାହାରିବ +୨ ରେଜଲ୍ଟ

କିଛି ସମୟର ଅପେକ୍ଷା ବାହାରିବ +୨ ରେଜଲ୍ଟ

ଭୁବନେଶ୍ୱର : ବୁଧବାର ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀମାନେ ସକାଳ ୧୧ଟା ପରେ www.orissaresults.nic.in ରେ ନିଜର ପରୀକ୍ଷା ଫଳ ଦେଖିପାରିବେ । ଏ ସମ୍ପର୍କରେ ସାମ୍‌ସ ଇ-ସ୍ପେସ୍‌ରେ ସମସ୍ତ ସୂଚନା ମିଳିପାରିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ପରିଷଦ କାର୍ୟ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ରେଜଲ୍ଟ ଲୋକାର୍ପିତ ହେବ । ସୂଚନାଯୋଗ୍ୟ, ରାଜ୍ୟର ୧୧୪୫ ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ମୋଟ ୩ଲକ୍ଷ ୫୭ ହଜାର ୯୪୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଏଥିରୁ ବିଜ୍ଞାନରେ ମୋଟ ୯୧ ହଜାର ୩୭୯ଜଣ ଏବଂ ବାଣିଜ୍ୟରେ ୨୩ହଜାର ୧୪୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି କଳାରେ ୨ଲକ୍ଷ ୨୯ହଜାର ୧୧୦ଜଣ ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ ୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ୬୫ଟି ଅଫଲାଇନ୍‌ କେନ୍ଦ୍ର ଏବଂ ୩୯ଟି ଅନ୍‌ଲାଇନ୍‌ କେନ୍ଦ୍ରରେ ଖାତା ଦେଖା ହୋଇଛି । ଆସନ୍ତା ଜୁନ୍‌ ୮ରେ କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବ ବୋଲି ସୂଚନା ରହିଛି ।