ନବୀନଙ୍କ ସହ କଥା ହେଲେ ହର୍ଷବର୍ଦ୍ଧନ : ‘ଆୟୁଷ୍ମାନ’କୁ ଗ୍ରୀନ ସିଗ୍ନାଲ!

ନବୀନଙ୍କ ସହ କଥା ହେଲେ ହର୍ଷବର୍ଦ୍ଧନ : ‘ଆୟୁଷ୍ମାନ’କୁ ଗ୍ରୀନ ସିଗ୍ନାଲ!

ନବୀନଙ୍କ ସହ କଥା ହେଲେ ହର୍ଷବର୍ଦ୍ଧନ : ‘ଆୟୁଷ୍ମାନ’କୁ ଗ୍ରୀନ ସିଗ୍ନାଲ!
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ଗ୍ରୀନ ସିଗନାଲ ମିଳିପାରେ । ଏ ନେଇ ଆଲୋଚନା ସରିଛି । କେବଳ ଔପଚାରିକ ଘୋଷଣା ବାକି ଅଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଆଜି ଫୋନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏହା ଉପରେ ଆଲୋଚନା କରିଛନ୍ତି । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଏହା ଉପରେ ବଡ଼ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳିଛି । ଗତକାଲି ଆୟୁଷ୍ମାନ ଯୋଜନାର ସିଇଓ ଇନ୍ଦ୍ରଭୂଷଣ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କ ସହ ଏହି ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଇନ୍ଦୁଭୂଷଣ ଆଲୋଚନା କରିବାର ଦିନେ ନ ପୂରୁଣୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ନବୀନଙ୍କୁ ଫୋନ୍ କରିଥିଲେ । ଦୀର୍ଘ ସମୟ ଧରି ନବୀନଙ୍କ ସହ ଆଲୋଚନା କରିଥିଲେ । ନବୀନଙ୍କ ସମତେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜେରିୱାଲଙ୍କ ସହ ମଧ୍ୟ ସେ ଆଲୋଚନା କରିଥିବା ଜଣାପଡ଼ିଛି । ରାଜ୍ୟ ସରକାର ନିଜସ୍ୱ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରୁଛନ୍ତି । ଆୟୁଷ୍ମାନ ଭାରତକୁ ଏ ଯାଏ ରାଜ୍ୟରେ ଲାଗୁ କରାଯାଇନି । ବିୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାରଙ୍କୁ ନିଜସ୍ୱ ପାଣ୍ଠିରୁ ବାର୍ଷିକ ୭୦୦ କୋଟି ଖର୍ଚ୍ଚ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରି ଏହି ଖର୍ଚ୍ଚକୁ କମ୍ କରିବାକୁ ସରକାର ବିଚାର କରୁଛନ୍ତି ।