ଭାରତକୁ ଭେଟିବ ଋୁଷିଆ

ଭାରତକୁ ଭେଟିବ ଋୁଷିଆ

ନୂଆଦିଲ୍ଲୀ:ଏଫଆଇଏଚ ସିରିଜ ଫାଇନାଲସରେ ଗୁରୁବାର ୩ ଟି ମ୍ୟାଚ ଖେଳାଯିବ ।ସକାଳେ ଗ୍ରୁପ ‘ବି’ର ମ୍ୟାଚରେ ଦକ୍ଷିଣ ଆଫ୍ରିକା-ୟୁଏସଏକୁ ଭେଟିବାବେଳେ ଅପରାହ୍ନ ୫ଟାରେ ଗ୍ରୁପ ‘ଏ’ର ପୋଲାଣ୍ଡ-ଉଚ୍ଚବେକିସ୍ତାନକୁ ଓ ରାତି ୭ଟାରେ ଘରୋଇ ଭାରତୀୟ ଦଳ ଋୁଷିଆକୁ ଭେଟିବ । ପ୍ରତିଯୋଗିତାର ଶୀର୍ଷ ମାନ୍ୟତାପ୍ରାପ୍ତ ଭାରତ ଟାଇଟଲ ଫେଭରିଟ ରହିଛି । ଏଫଆଇଏଚ ମାନ୍ୟତାର ୫ତମ ସ୍ଥାନରେ ଥିବା ମନପ୍ରୀତ ବାହିନୀ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ ସହ ଚାମ୍ପିଆନ ହୋଇ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟନ୍ତ ଲାଗି ଯୋଗ୍ୟତା ହାସଲ ଲକ୍ଷ୍ୟ ରହିଛି । ନୂତନ ପ୍ରଶକ୍ଷିକରେ ଗ୍ରାହମ ରିଡଙ୍କ ପ୍ରଶିକ୍ଷଣରେ ଦଳ ଅଷ୍ଟ୍ରେଲିଆ ଗ୍ରସ୍ତରେ ମିଶ୍ରିତ ସଫଳତା ହାସଲ କରିଥିଲା । ଦଳ ଏଫଆଇଏଚ ସିରିଜ ଫାଇନାଲସରେ ଭଲ କରିବା ନେଇ ଲକ୍ଷ୍ୟ ରଖିଛି । ସେହିପରି ୬ ମାସ ତଳେ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ମ୍ୟାଚ ଖେଳି ଫେରିଥିବା ୧୬ ତମ ମାନ୍ୟତାପ୍ରାପ୍ତ ଦକ୍ଷିଣ ଆଫ୍ରିକା ଦଳ ମଧ୍ୟ ପ୍ରଥମ ମ୍ୟାଚରେ ୨୨ତମ ମାନ୍ୟତାପ୍ରାପ୍ତ ଯୁଏସଏକୁ ପରାସ୍ତ କରିବା ଲକ୍ଷ୍ୟ ରହିଛି । ସେହିପରି ୨୧ତମ ମାନ୍ୟତାପ୍ରାପ୍ତ ପୋଲାଣ୍ଡ ପ୍ରଥମ ମ୍ୟାଚରେ ପ୍ରତିଯୋଗିତାର ସର୍ବନିମ୍ନ ମାନ୍ୟତାପ୍ରାପ୍ତ ଉଜବେକିସ୍ତାନକୁ ମାତ ଦେବାର ଲକ୍ଷ୍ୟରେ ରହିଛି । ସେହିପରି ଏଫଆଇଏଚ ମାନ୍ୟତାର ୧୬ ତମ ସ୍ଥାନରେ ଥିବା ଦକ୍ଷିଣଆଫ୍ରିକା-୨୫ ତମ ସ୍ଥାନରେ ଥିବା ୟୁଏସଏକୁ ଭେଟିବ । ଦକ୍ଷିଣଆଫ୍ରିକା-୨୫ ତମ ସ୍ଥାନରେ ଥିବା ଯୁଏସଏକୁ ଭେଟିବ । ଦକ୍ଷିଣଆଫ୍ରିକା ପ୍ରତିଯୋଗିତାର ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଦଳ ଥିବାରୁ ଭଲ ପ୍ରଦର୍ଶନ କରି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ହାସଲ ନେଇ ଲକ୍ଷ୍ୟ ରଖିଛି । ଅନ୍ୟପକ୍ଷରେ ଭାରତୀୟ ବଂଶୋଭବ ଅଜୟ ଧଡୱାଲଙ୍କ ନେତୃତ୍ୱାଧୀନ ଆମେରିକା ମଧ୍ୟ ଭଲ ପ୍ରଦର୍ଶନ ନେଇ ପ୍ରସ୍ତୁତି ଶେଷ କରିଛି ।