ପାୱାର କରିଡ଼ରରେ ମହକିବନି ପାଣ୍ଡିଆନ୍‌ ପରଫ୍ୟୁମ୍‌

ପାୱାର କରିଡ଼ରରେ ମହକିବନି ପାଣ୍ଡିଆନ୍‌ ପରଫ୍ୟୁମ୍‌

ଭୁବନେଶ୍ୱର : ପାୱାର କରିଡ଼ରରେ ଆଉ ପାଣ୍ଡିଆନ ପରଫ୍ୟୁମ୍‌ ଚହଟିବନି  । ପାଣ୍ଡିଆନଙ୍କ ଛାପ ଥିବା ବାବୁଙ୍କ ଉପରେ ଏବେ ମୋହନ ସରକାର ଆକ୍ସନ ନେବା ଆରମ୍ଭ କରିଦେଇଛନ୍ତି  । ନବୀନ ସରକାର ଅମଳରେ ମାମଲତି କରୁଥିବା ଅଫିସରଙ୍କ ଡେଣା କାଟି ଦିଆଯାଇଛି  । ଯାହାକୁ ନେଇ ଏବେ ପାୱାର କରିଡ଼ରରେ ଆରମ୍ଭ ହୋଇଯାଇଛି କମ୍ପନ  । ଖାଲି ସଚିବସ୍ତରୀୟ ଅଫିସର ନୁହଁନ୍ତି ଅନେକ ଜିଲ୍ଲାପାଳ ଓ ଏସପିମାନେ ବିଜେଡ଼ିର କର୍ମୀ ଓ ନେତାଭାବେ କାର୍ଯ୍ୟ କରୁଥିଲେ  । ସେମାନଙ୍କ ଚିହ୍ନଟ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି  । ଧିରେଧିରେ ସେମାନଙ୍କୁ ପ୍ରଶାସନିକ କଳରୁ କୋଣଠେସା କରାଯିବ  ।

ନିକଟରେ ଜି ମାଥିଭାଥନନଙ୍କୁ ଲୋକସେବା ଭବନରୁ ହଟାଇ ଦିଆଯାଇଛି  । ଗତ ଏକ ଦଶନ୍ଧି ଧରି ସେ ଥିଲେ ପାୱାର କରିଡ଼ରର ପାୱାରଫୁଲ ଅଫିସର  । ପାଣ୍ଡିଆନଙ୍କ ଅତ୍ୟନ୍ତ ଖାସ୍‌  । ଗୋଟିଏ ଗୋଟିଏ ବିଭାଗରେ ଦଶନ୍ଧିରୁ ଉଦ୍ଧ୍ୱର୍ ଦିନ ଧରି ସେ ରାଜ୍‌ କରୁଥିଲେ  । ସେହିପରି ଭୀନିଲ କ୍ରୀଷ୍ଣାଙ୍କ ଡେଣା ବି କଟିସାରିଛି  । ଅପରପକ୍ଷରେ  ଆଇପିଏସ ଆଶିଷ ସିଂହଙ୍କ ଉପରେ ବି କାର୍ଯର୍୍ୟାନୁଷ୍ଠାନ ନିଆଯାଇଛି  । ଦିନେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଶିଷଙ୍କୁ ଏବେ ଗୃହ ବିଭାଗରେ ବସାଇ ଦିଆଯାଇଛି  । ଯାହାକୁ ନେଇ ପାଣ୍ଡିଆନଙ୍କ କୋଟରୀରେ କମ୍ପନ ସୃଷ୍ଟିହୋଇଛି  । ଏବେ ବିଭିନ୍ନ ଜିଲ୍ଲାପାଳ ଓ ଏସପିମାନେ ବି ଭୟଭୀତ ହୋଇପଡ଼ିଲେଣି  । ଆଗାମୀ ଦିନରେ ମୋହନ ସରକାର କି ଆକ୍ସନ ନେବେ ତାହା ଉପରେ ଏବେ ନଜର  ।