ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ

ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ

ରାହୁଲ ଗାନ୍ଧିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ୱର: କଂଗ୍ରେସ ରାଷ୍ଟ୍ରିୟ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆସନ୍ତା ୯ତାରିଖରେ ଓଡିଶା ଆସୁଥିବା ଜଣାପଡିଛି । ଫୁଲବାଣୀ କରୋନେସନ ପଡିଆରେ ସେ ଦଳୀୟ ନିର୍ବାଚନୀ ସଭାରେ ଉଦବୋଧନ ଦେବା ସହ ଦଳୀୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଆସନ୍ତା ୯ତାରିଖରେ ରାହୁଲ ଗାନ୍ଧି ଆସୁଥିବାରୁ କଂଗ୍ରେସ ଶିବିର ଚଳଚଂଚଳ ହୋଇଛି । ରାହୁଲ ଗସ୍ତ ସଫଳ କରିବା ନେଇ ପିସିସିର ଏକ ଟିମ୍ ଫୁଲବାଣୀରେ ପହଂଚି ବ୍ୟବସ୍ଥା ତଦାରଖ କରିବା ସହ ସ୍ଥାନୀୟ ଦଳ ନେତାଙ୍କ ସହ ଆଲୋଚନା ଚଳାଇଛନ୍ତି । ସୂଚନାଯୋଗ୍ୟ ଯେ, ରାହୁଲ ଏପ୍ରିଲ ୪ ତାରିଖରେ ଓଡ଼ିଶା ଆସିବାର ଥିଲା । କିନ୍ତୁ ୱାଇନାଡ ଲୋକସଭା ଅ।ସନରୁ ନାମାଙ୍କନ ପତ୍ର ଦାଖଲ କରିବାକୁ ଥିବାରୁ ସେ କେରଳ ଗସ୍ତ କରିଥିଲେ ଏବଂ ଆସନ୍ତା ୯ ତାରିଖରେ ସେ ଓଡ଼ିଶାକୁ ନିର୍ବାଚନୀ ପ୍ରଚ।ରରେ ଆସିବେ ।