ଅକ୍ଷୟ ଜେନା ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନିଯୁକ୍ତ

ଅକ୍ଷୟ ଜେନା ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନିଯୁକ୍ତ

ଅକ୍ଷୟ ଜେନା ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ନିଯୁକ୍ତ
କୋରେଇ : ଯାଜପୁର ଜିଲ୍ଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତର ଅକ୍ଷୟ କୁମାର ଜେନାଙ୍କୁ ନୂତନ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଜେନା ଗତ ପଂଚାୟତ ନିର୍ବାଚନରେ ୩ ନମ୍ବର ଜୋରାଇରୁ ଜିଲ୍ଲାପରିଷଦ ସଦସ୍ୟ ଭାବେ କଂଗ୍ରେସ ଦଳ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିଲେ । ଜଣେ ସାମାଜିକ କର୍ମି ଓ ସୂଚନା ଅଧିକାର ଏବଂ ମାନବଧିକାର କର୍ମି ଭାବେ ଜିଲ୍ଲା ତଥା ରାଜ୍ୟରେ ବେଶ ପରିଚିତ । ଯାଜପୁର ଏକତା ମଂଚର ମଧ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କୁ ନିଯୁକ୍ତି ମିଳିବା ପରେ କୋରାଇ କଂଗ୍ରେସରେ ଖୁସି ଲହରୀ ଖେଳିଯାଇଛି । ତାଙ୍କୁ ନିଯୁକ୍ତି ପତ୍ର ମିଳିବା ପରେ ସେ ରାଷ୍ଟ୍ରୀୟ ସଭାପତି ରାହୁଲ ଗାନ୍ଧୀ, ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ, କୋରାଇ କଂଗ୍ରେସ ବିଧାୟକ ପ୍ରାର୍ଥି ବନ୍ଦିତା ପରିଡା, ଜିଲ୍ଲା ସଭାପତି ମନୋଜ ରାଉତ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ରାଉତଙ୍କ ସମତେ ସମସ୍ତ କର୍ମକତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।