ନାମାଙ୍କନ ଭରିଲେ ସାବିତ୍ରୀ

ନାମାଙ୍କନ ଭରିଲେ ସାବିତ୍ରୀ

ନାମାଙ୍କନ ଭରିଲେ ସାବିତ୍ରୀ
କେନ୍ଦ୍ରାପଡା: ପାଟକୁରା ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ସାବିତ୍ରୀ ଅଗ୍ରୱାଲ । କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଶଶିଭୂଷଣ ବେହେରା ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସାବିତ୍ରୀ । ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ତାଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ବିଜେଡି ଟିକେଟ ମିଳିଛି । ପାଟକୁରାରେ ସାବିତ୍ରୀ ଏବଂ ବିଜେପ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ଲଢେଇ ହେବାକୁ ଯାଉଛି। ସୂଚନାଯୋଗ୍ୟଯେ, ବେଦ ପ୍ରକାଶଙ୍କ ଦେହାନ୍ତ ଯୋଗୁଁ ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ରହିଥିଲା। ନଚେତ୍ ଏଠାରେ ମତଦାନ ଏପ୍ରିଲ ୨୯ରେ ହୋଇଥାନ୍ତା। ଦେହାନ୍ତ କାରଣରୁ ଆସନ୍ତା ୧୯ରେ ଏଠାରେ ମତଦାନ ହେବ।