ଭିଜିଲାନ୍ସ ପଞ୍ଝାରେ ଇଡ୍କୋ ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଇଡ୍କୋ ଅଧିକାରୀ । ଇଡ୍କୋ ଚିଫ୍ ଜେନେରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ବର, କଟକ, ଯାଜପୁର ସମେତ ୮ଟି ସ୍ଥାନରେ ଚଢାଉ ଜାର ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଚଢାଉରେ ୧୦ DSP, ୬ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।
ଇଡ୍କୋ ଚିଫ୍ ଜେନରାଲ ମ୍ୟାନେଜର ସରୋଜକାନ୍ତ ମହାନ୍ତିଙ୍କ କଟକ ମହାନଦୀ ବିହାରରେ ଥିବା ୩ ମହଲା କୋଠା, ଭୁବନେଶ୍ବର ଅମ୍ରିତା ଆଳୟରେ ଥିବା ଫ୍ଲାଟ, ଯାଜପୁର ଜାରକାରେ ଥିବା ପୈତୃକ ଘରେ ଚଢାଉ ଜାରି ରହିଛି ।