୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର

୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ:  ନୂଆ ଭାରତରେ ନୂଆ ନ୍ୟାୟ ବ୍ୟବସ୍ଥା । ୩ ନୂଆ କ୍ରିମିନାଲ ବିଲ୍‌ ଉପରେ ଲାଗିଲା ରାଷ୍ଟ୍ରପତିଙ୍କ ମୋହର । ଗତ ସପ୍ତାହରେ ସଂସଦର ଉଭୟ ସଦନରେ ପାରିତ ହୋଇଥିବା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋହର ମାରିଛନ୍ତି। ଫଳରେ ଏହା ଆଇନରେ ପରିଣତ ହୋଇଛି।

ବ୍ରିଟିଶ୍‌ ଶାସନ ସମୟରୁ ଦେଶରେ ପ୍ରଚଳିତ ଆପରାଧିକ ଆଇନ ଇଣ୍ଡିଆନ ପେନାଲ କୋଡ୍‌ , କୋଡ୍‌ ଅଫ୍‌ କ୍ରିମିନାଲ ପୋସିଜିଓର ବା ସିଆର୍‌ପିସି ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ ବଦଳରେ ଏହି ଆଇନ ଅଣାଯାଇଛି। ନୂଆ ଆଇନରେ ଆତଙ୍କବାଦ, ଭିଡ଼ହିଂସା, ଜାତୀୟ ସୁରକ୍ଷା ପ୍ରତି ଅପରାଧ କ୍ଷେତ୍ରରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଗତ ୨୦ ତାରିଖରେ ଲୋକସଭା ଓ  ୨୧ ତାରିଖରେ ରାଜ୍ୟ ସଭାରେ ବିଲ ପାରିତ ହୋଇଥିଲା ।