ହିଂସାକାଣ୍ଡର ଅନ୍ତ ହେବା ଦରକାର:ମୋଦି

ହିଂସାକାଣ୍ଡର ଅନ୍ତ ହେବା ଦରକାର:ମୋଦି

ହିଂସାକାଣ୍ଡର  ଅନ୍ତ ହେବା ଦରକାର:ମୋଦି
ବାରାଣସୀ: ନିର୍ବାଚନରେ ବିପୁୁଳ ବିଜୟ ପରେ ଆଜି ମୋଦିଙ୍କ ବାରାଣସୀ ଗସ୍ତ କରିଛନ୍ତି । ବିପୁଳ ବିଜୟ ଲାଗି କାର୍ଯ୍ୟକର୍ତା ଓ ଭୋଟରଙ୍କୁ ନରେନ୍ଦ୍ର ମୋଦି ଧନ୍ୟବାଦ ଜଣାଇଛନ୍ତି । ମୋଦି କହିଛନ୍ତି ମୁଁ ପ୍ରଥମେ ବିଜେପିର କାର୍ଯ୍ୟକର୍ତା ପରେ ଦେଶର ପ୍ରଧାନମନ୍ତ୍ରୀ ହୋଇଛି । ନିର୍ବାଚନକୁ ଜୟ ପରାଜୟର ତରାଜୁରିରେ ତୁଳନା କରାନଯାଉ । ନିର୍ବାଚନ ଲୋକ ଶିକ୍ଷା, ଲୋକ ସଂପର୍କ ଓ ଲୋକ ସଂଯୋଗର ମହାପର୍ବ ଅଟେ । କାର୍ଯ୍ୟ ଓ କାର୍ଯ୍ୟକତା ଏକ ହୋଇଗଲେ କରିସ୍ମା ସୃଷ୍ଟି ହୋଇଯାଏ । ଦୋରେ ସରକାର କାମ କରିଛନ୍ତି କିନ୍ତୁ କାର୍ଯ୍ୟକର୍ତା ବିଶ୍ୱାସ ଜନ୍ମାଇଛନ୍ତି । ରାଜନୀତିରେ ହିଂସାକୁ ମାନ୍ୟତା ଦିଆଯାଇଛି ଏହା ସମାଜ ପାଇଁ ସଙ୍କଟ ହୋଇଛି । ରାଜନୀତିରେ ହିଂସାକୁ ଘୋର ବିରୋଧ କରାଯିବ ଦରକାର । ପଶ୍ଚିମବଙ୍ଗରେ ଆଜି ବି ହିଂସାକାଣ୍ଡ ଚାଲିଛି । ଏହି ହିଂସାକାଣ୍ଡର ଅନ୍ତ ହେବା ଦରକାର । ରାଜନୀତିରେ ହିଂସା ସମାଜ ପାଇଁ ଘୋର ସଙ୍କଟ ବୋଲି ନରେନ୍ଦ୍ର ମୋଦି କହିଛନ୍ତି ।