ମମତା ଯେମିତି କରିବେ ସେମିତି ଭୋଗିବେ: ଦେବଶ୍ରୀ ଚୌଧୁରୀ

ମମତା ଯେମିତି କରିବେ ସେମିତି ଭୋଗିବେ: ଦେବଶ୍ରୀ ଚୌଧୁରୀ

ମମତା ଯେମିତି କରିବେ ସେମିତି ଭୋଗିବେ: ଦେବଶ୍ରୀ ଚୌଧୁରୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କୁ କେନ୍ଦ୍ରର ନୂଆ ମହିଳା ଓ ଶିଶୁ ବିକାଶ ରାଷ୍ଟ୍ରମନ୍ତ୍ରୀ ଦେବଶ୍ରୀ ଚୌଧୁରୀ ଚେତାବନୀ ଦେଇଛନ୍ତି । କହିଛନ୍ତି ରାଜ୍ୟର ଯଦି ମମତା କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣ ମୂଳକ ପ୍ରକଳ୍ପର କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ତେବେ ତାହାର ପରିଣତି ସେ ଭୋଗିବେ । କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେବଶ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରଖି ସେ କାର୍ଯ୍ୟ କରିବାକୁ ସେ ଚାହାନ୍ତି । ଦେଶର ଅନ୍ୟାନ୍ୟ ଭାଗ ଭଳି ରାଜ୍ୟରେ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରାଯିବା କ୍ଷେତ୍ରରେ ଯେଭଳି କୌଣସି ବାଧା ସୃଷ୍ଟି ହେବା ଉଚିତ ନୁହେଁ । ଯଦି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେବା କ୍ଷେତ୍ରରେ ବାଧା ଦିଅନ୍ତି ତେବେ ରାଜ୍ୟବାସୀ ସେହି ବାଧାକୁ ହଟାଇବେ । ସେ କହିଛନ୍ତି ମହିଳା ସଶକ୍ତୀକରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ସରକାର ଅଗ୍ରାଧିକାର ଦେଉଛନ୍ତି । ପୂର୍ବରୁ ଏନଡିଏ ସରକାର ମଧ୍ୟ ମହିଳାଙ୍କ ଲାଗି ବହୁବିଧ ଯୋଜନା କାର୍ଯ୍ୟକାରୀ କରିଥିଲେ । ଆଗକୁ ତାଙ୍କ ପାଇଁ ବହୁ ଚାଲେଞ୍ଜ ଆସିବ ବୋଲି ସେ ସ୍ୱୀକାର କରିଛନ୍ତି । ତଥାପି ସେ ଯଥା ସମ୍ଭବ ସେହି ଚାଲେଞ୍ଜର ମୁକାବିଲା କରିପାରିବେ ବୋଲି ଦୃଢ ବିଶ୍ୱାସ ଥିବା କହିଛନ୍ତି । ଦେବଶ୍ରୀ ପଶ୍ଚିମବଙ୍ଗର ରାଇଗଞ୍ଜ ଲୋକସଭା ଆସନରୁ ନିର୍ବାଚନ ହୋଇ ମୋଦିଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ।