ୟୁରିକ୍ ଏସିଡ୍ ନିୟନ୍ତ୍ରଣ ରଖିବ ଶାଗ
ୟୁରିକ୍ ଏସିଡ୍ ନିୟନ୍ତ୍ରଣ ରଖିବ ଶାଗ
ଶାଗ ଓ ପତ୍ରଯୁକ୍ତ ପନିପରିବାରେ ପ୍ରଚୁର ପରିମାଣର ପୋଷକ ତତ୍ୱ ଭରି ରହିଛି । ଯାହାକୁ ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ପାଳଙ୍ଗ ଶାଗ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ସ୍ତର କମ ହୋଇଥାଏ । ଏଥିରେ ପ୍ୟୁରିନ୍ ମାତ୍ରା କମ୍ ପରିମାଣରେ ରହିଥାଏ । ସେହିପରି ଚଣା ଶାଗରେ ୟୁରିକ୍ ଏସିଡ ମାତ୍ରା କମ କରିବାର ତତ୍ୱ ଥାଏ । ଏଥିପାଇଁ ୟୁରିକ୍ ଏସିଡ ସମସ୍ୟା ରହିଥିଲେ ଚଣା ଶାଗ ଖାଦ୍ୟରେ ନିୟମିତ ସାମିଲ କରନ୍ତୁ । ସାଲାଡ଼ ପତ୍ରରେ ମଧ୍ୟ ପ୍ୟୁରିନ ମାତ୍ରା କମ ରହିଥାଏ, ୟୁରିକ ଏସିଡ୍ ସ୍ତର ହ୍ରାସ କରିବାକୁ ଚାହୁଁଥିଲେ ସାଲାଡ ପତ୍ର ବା ଲେଟୟୁସ ଖାଆନ୍ତୁ । ୟୁରିକ୍ ଏସିଡ ଏକ ଗମ୍ଭୀର ସମସ୍ୟା । ଏହାଦ୍ୱାରା ଷ୍ଟୋନ ପରି ଅନେକ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ ।




admin 