ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ

ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ

ବିଭିନ୍ନ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ଭୋଟ ବର୍ଜନ
ଭୁବନେଶ୍ୱର: ଫୁଲବାଣୀର ଡକାଙ୍ଗି ଗ୍ରାମର ୬୯ ନମ୍ବର ବୁଥ ସାମନାରେ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି। ଗ୍ରାମକୁ ରାସ୍ତା ଓ ପୋଲ ନିର୍ମାଣ ଦାବିରେ ଗ୍ରାମବାସୀମାନେ ଧାରଣା ଦେଇଥିବା ଜଣାପଡିଛି। ସେମାନଙ୍କ ଦାବି ପୂରଣ ନ ହେବାରୁ ଗୁରୁବାର ଦିନ ବୁଥ ସାମ୍ନାରେ ଧାରଣା ଦେଇଛନ୍ତି। ବଲାଙ୍ଗୀର ଜିଲା ଲୋଇସିଂହାର ୨ଟି ବୁଥ୍‌ରେ ମଧ୍ୟ ଭୋଟ ବର୍ଜନ ହୋଇଛି। ମତଦାନ କେନ୍ଦ୍ର ଦୂର ହୋଇଥିବାରୁ ବବଜା ଓ ଜଙ୍କରିଆ ଗ୍ରାମବାସୀମାନେ ଭୋଟ ବର୍ଜନ କରିଥିବା ଜଣାପଡିଛି। ସେହିପରି ନୟାଗଡ ଦଶପଲ୍ଲା ଅନ୍ତର୍ଗତ ଦୁଇଟି ପଞ୍ଚାୟତର ପ୍ରାୟ ୧୪ଟି ଗ୍ରାମର ଲୋକେ ଭୋଟ ବର୍ଜନ କରିଛନ୍ତି। ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଥିବାରୁ ଭୋଟ ବର୍ଜନ କରିଥିବା ଜଣାପଡିଛି।