ଏମିତି ଏକ ଗାଁ ଯେଉଁଠି ସବୁ ଘରର ରଙ୍ଗ କଳା : ଜାଣନ୍ତୁ କାରଣ

ଏମିତି ଏକ ଗାଁ ଯେଉଁଠି ସବୁ ଘରର ରଙ୍ଗ କଳା : ଜାଣନ୍ତୁ କାରଣ

ଏମିତି ଏକ ଗାଁ ଯେଉଁଠି ସବୁ ଘରର ରଙ୍ଗ କଳା : ଜାଣନ୍ତୁ କାରଣ
ରାୟପୁର : ଘରେ କଳା ରଙ୍ଗ କେହି ବି ଦେଇନାହାନ୍ତି । ସେଥିପାଇଁ ଘର ରଙ୍ଗ ଦେବା ମାମଲାରେ କଳା ରଙ୍ଗର ଚାହିଦା ଆଦୌ ନଥାଏ । କିନ୍ତୁ ଛତିଶଗଡ଼ର ଜଶପୁର ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳରେ କଳା ରଙ୍ଗରେ ରଙ୍ଗା ଯାଇଥିବା ଘର ଦେଖିବାକୁ ମିଳେ । ଆଦିବାସୀ ସମାଜର ଲୋକେ ଆଜି ବି ସେମାନଙ୍କ ଘରର ଚଟାଣ, କାନ୍ଥକୁ କଳା ରଙ୍ଗରେ ରଙ୍ଗାଉଛନ୍ତି । ଏହା ପଛରେ ଅନେକ ବିଶ୍ୱାସ ରହିଛି । ଦୀପାବଳି ପୂର୍ବରୁ ଲୋକେ ଘରକୁ ରଙ୍ଗ ଦେଇଥାନ୍ତି । ଏ ବର୍ଷ ମଧ୍ୟ ଜଶପୁର ଜିଲ୍ଲାର ଆଦିବାସୀ ସମାଜର ଲୋକେ ପରମ୍ପରା ଅନୁରୂପ କଳା ରଙ୍ଗ ଦ୍ୱାରା ଘର ରଙ୍ଗ କରୁଛନ୍ତି । ଏଥିପାଇଁ କିଛି ଗ୍ରାମବାସୀ କଳା ରଙ୍ଗ ନିଜେ ପ୍ରସ୍ତୁତ କରନ୍ତି । କିଛି ଟାୟାର ଜାଳି କଳା ରଙ୍ଗ ପ୍ରସ୍ତୁତ କରୁଥିବା ବେଳେ ଆଉ କିଛି ଅନ୍ୟ ଉପାୟରେ କଳା ରଙ୍ଗ ପ୍ରସ୍ତୁତ କରନ୍ତତି । ପୂର୍ବେ କଳା ମାଟି ସହଜରେ ଉପଲବ୍ଧ ହେଉଥିଲା । ଏବେ କିନ୍ତୁ ଏହାର ଅଭାବ ଯୋଗୁଁ ଏହି ବିକଳ୍ପ ଅବଲମ୍ବନ କରାଯାଉଛି । ଅଘରିୟା ଆଦିବାସୀ ସମାଜର ଲୋକେ ଏକତା ଦର୍ଶାଇବା ପାଇଁ ଘରକୁ କଳା ରଙ୍ଗରେ ରଙ୍ଗାଇବା ଆରମ୍ଭ କରିଥିଲେ । ଚାକଚକ୍ୟଠୁ ଦୂରରେ ଥିବା ସମୟରୁ ସେମାନେ ଏହି ରଙ୍ଗ ପ୍ରୟୋଗ କରି ଆସୁଛନ୍ତି । ଆଜି ଏଠାକାର ଗାଁମାନଙ୍କରେ କଳା ରଙ୍ଗରେ ରଙ୍ଗା ଯାଇଥିବା ଘର ଦେଖି ଜଣାପଡ଼ିଯାଏ ଯେ ତାହା କୌଣସି ଆଦିବାସୀର ଘର । ଆଜି ବି ସେମାନଙ୍କର ମଧ୍ୟରେ ଏକତା ରହିଛି ବୋଲି ଏହି କଳା ରଙ୍ଗ ସ୍ପଷ୍ଟ କରେ । ଆଦିବାସୀଙ୍କ ଘରେ ଝରକା ବେଶୀ ନଥାଏ । ଏହା ଦ୍ୱାରା ଚୋରୀ ଆଶଙ୍କା କମ ଥାଏ । ତା ଛଡ଼ା ଘରକୁ କଳା ରଙ୍ଗ ଦେବାର ଏକ ବିଶେଷତ୍ୱ ଏହି ଯେ ସବୁ ଋତୁରେ କଳା ରଙ୍ଗର ମାଟି କାନ୍ଥ ଆରାମଦାୟକ ହୋଇଥାଏ । ଆଦିବାସୀମାନେ କାନ୍ଥରେ ଅନେକ କଳାକୃତ ମଧ୍ୟ ଆଙ୍କିଥାନ୍ତି । ସେଥିପାଇଁ ସେମାନେ କଳା ରଙ୍ଗରେ ଘରକୁ ରଙ୍ଗାଇଥାନ୍ତି ।