ବିଜୟଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଦିଲୀପ ରାୟ

ବିଜୟଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଦିଲୀପ ରାୟ

ବିଜୟଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି  ଦିଲୀପ ରାୟ
ଭୁବନେଶ୍ୱର : ବିଜୟଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି ଦିଲୀପ ରାୟ । ପାଟକୁରା ଯାଇ ସେ ବିଜୟଙ୍କ ସହ ମିଶି ପ୍ରଚାର କରିଛନ୍ତି । ତାଙ୍କର ଯେଉଁ ଦାବି ଥିଲା ତାହା ପୂରଣ ହୋଇଯାଇଛି । ବିଜୟ ମହାପାତ୍ରଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ଜୟ ଯୁକ୍ତ କରିବାକୁ ସେ ପାଟକୁରା ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କର କିଭଳି ନିଘନ ସମ୍ପର୍କ ରହିଛି ତାହା ସମସ୍ତେ ଜାଣନ୍ତି । ତେବେ ନିର୍ବାଚନ ବିଗୁଲ ବାଜିବା ପରେ ହଠାତ ଭିନ୍ନ ବାର୍ତା ରାଜନୀତିକ ଅଳିନ୍ଦରେ ଘୂରି ବୁଲିଥିଲା । ବିଜୟଙ୍କୁ ଛାଡ଼ି ଦିଲୀପ ବିଜେଡ଼ିରେ ସାମିଲ ହେବେବୋଲି ଜୋରଦାର ଚର୍ଚ୍ଚା ବି ହୋଇଥିଲା । କଥାବି ଖାଲି ଚର୍ଚ୍ଚାରେ ସୀମିତ ରହିଥିଲା ତାହା ନୁହେଁ ବରଂ ଦିଲୀପ ଦୀର୍ଘ ୧୭ ବର୍ଷ ପରେ ନବୀନ ନିବାସରେ ବି ପହଁଚି ଯାଇଥିଲେ । ଫଳରେ ଚର୍ଚ୍ଚାଟି ସତ୍ୟ ବୋଲି ମନେ କରାଯାଉଥିଲା । ରାଜ୍ୟର ସମସ୍ତ ଆଗଧାଡ଼ିର ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଥିଲା । କିନ୍ତୁ ପରେ ସେଭଳି ହେଲାନାହିଁ । ଦିଲୀପ ସିନା ବିଜେଡ଼ିରେ ଯୋଗଦେଲେ ନାହିଁ ହେଲେ ରାଉରକେଲାରେ ବିଜେପି ଉପରେ ବର୍ଷିଥିଲେ । ଏମିତିକି ମୋତେ ସିବିଆଇ ଡରାଣ ଦେଖାଇ ବିଜେପି ଚାମଚାଗିରି କରିବାକୁ ବାଧ୍ୟ କରିପାରିବନି ବୋଲି ଦିଲୀପ କହିଥିଲେ । ସିଧାସଳଖ ଭାବେ ନକହିଲେ ବି ରାଉରକେଲା ଆଇଜିଏଚ ହସପିଟାଲ ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କରିନଥିବା ଦଳକୁ ଭୋଟ ନଦେବା ପାଇଁ ବି ସଂକେତ ଦେଇଥିଲେ । ଗୋଟିଏ ପଟେ ବିଜେପି ଉପରେ ଫିଡ଼ିକିଥିବା ଦିଲୀପ ପରବର୍ତୀ ସମୟରେ ବିଜେଡ଼ି ନେତା ଶାରଦା ନାୟକଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ । ଫଳରେ ଦିଲୀପ ବିଜେଡ଼ିକୁ ଯିବା ନିଶ୍ଚିତ ବୋଲି କୁହାଯାଉଥିଲା । ଗୋଟିଏ ପଟେ ଏଭଳି ଚର୍ଚ୍ଚା ଚାଲିଥିବାବେଳେ ବିଜୟ କିନ୍ତୁ ବିଜେପି ହାତ ଧରି ଆଗକୁ ବଢ଼ିଥିଲେ । ପାଟକୁରାରୁ ସେ ଏବେ ନିର୍ବାଚନ ଲଢୁଛନ୍ତି । ଅବଶ୍ୟ ବିଜୟଙ୍କୁ ବିଜେପିକୁ ଫେରାଇ ଆଣିବାରେ ବୈଜୟନ୍ତ ପଣ୍ଡା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ବିଜୟ ସିନା ଫେରିଲେ ହେଲେ ଦିଲୀପ କିନ୍ତୁ ବିଜେପିକୁ ନଫେରି ବିଜେଡ଼ି ଜରିଆରେ ରାଜ୍ୟସଭା ଯିବେବୋଲି ଚର୍ଚ୍ଚା ଜୋରଧରିଥିଲା । ଏଭଳି ଚର୍ଚ୍ଚା ଚାଲିଥିବାବେଳେ ହଠାତ ଦିଲୀପଙ୍କ ଟ୍ୱିଟ ସମସ୍ତଙ୍କ ଅଙ୍କ ଭୁଲ କରିଦେଇଥିଲା । ଆଇଜିଏଚ ହସପିଟାଲ ପାଇଁ ସେଲକୁ ଅର୍ଥ ଆସିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ବି ଦେଇଥିଲେ । ତେବେ ସେ ଯାହାହେଉନା କାହିଁକି ଏବେ ଦିଲୀପ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି । ତାଙ୍କର ପ୍ରଚାର ବିଜୟଙ୍କ ବିଜୟରେ କେତେଦୂର ସହାୟକ ହୋଇପାରିବ ତାହା ଉପରେ ଏବେ ସଭିଙ୍କ ନିଘା ରହିଛି ।