ଦ୍ରୁତତମ ମାନବ କାଲକୁଲେଟର ନୀଳକଣ୍ଠ

ଦ୍ରୁତତମ ମାନବ କାଲକୁଲେଟର ନୀଳକଣ୍ଠ

ଦ୍ରୁତତମ ମାନବ କାଲକୁଲେଟର ନୀଳକଣ୍ଠ
ହାଇଦ୍ରାବାଦ: ବିଶ୍ୱର ଦ୍ରୁତତମ ମାନବ କାଲକୁଲେଟର ଭାବେ ଲିମକା ବୁକ ଅଫ ରେକର୍ଡସରେ ସ୍ଥାନ ପାଇଛନ୍ତି ୨୧ ବର୍ଷୀୟ ନୀଳକଣ୍ଠ ଭାନୁପ୍ରକାଶ । ସମ୍ପ୍ରତି ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଅଧୀନ ସେଣ୍ଟ ଷ୍ଟିଫେନ୍ସ କଲେଜରେ ଗଣିତ ସମ୍ମାନରେ ସ୍ନାତକ ଅଧ୍ୟୟନ କରୁଥିବା ହାଇଦ୍ରାବାଦର ନୀଳକଣ୍ଠ କ୍ଷିପ୍ର ହିସାବ ଯୋଗୁଁ ୪ଟି ବିଶ୍ୱ ରେକର୍ଡ ଓ ୫୦ଟି ଲିମକା ରେକର୍ଡର ଅଧିକାରୀ ହେଲେଣି । ସମ୍ପ୍ରତି ଲଣ୍ଡନରେ ମାଇଣ୍ଡ ସ୍ପୋର୍ଟସ ଅଲିମ୍ପିଆଡ ଦ୍ୱାରା ଆୟୋଜିତ ମେଣ୍ଟାଲ କାଲକୁଲେସନ ୱାର୍ଲଡ ଚମ୍ପିଆନସିପରେ ସେ ସ୍ୱର୍ଣ୍ଣପଦକ ବିଜୟୀ ହୋଇଛନ୍ତି । ସେ ବିଶ୍ୱର ଅନ୍ୟ ୨୯ ଜଣ ଗଣିତ ବିଶାରଦଙ୍କୁ ପଛରେ ପକାଇଥିବା ବେଳେ ତାଙ୍କୁ ୬୫ ପଏଣ୍ଟ ମିଳିଛି । ଏ କ୍ଷେତ୍ରରେ ନୀଳକଣ୍ଠ ପ୍ରଥମ ଭାରତୀୟ । ତାଙ୍କ ପୂର୍ବରୁ ଆମେରିକାର ସ୍କଟ ଫ୍ଲାନ୍ସବର୍ଗ ଓ ଭାରତର ଶକୁନ୍ତଳା ଦେବୀ ଏହି ରେକର୍ଡର ଅଧିକାରୀ ଥିଲେ । ଲେବାନନର ଜଣେ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ୧୯୯୭ ରୁ ପ୍ରତିବର୍ଷ ଅନଲାଇନରେ ଏହି ଚମ୍ପିଆନସିପ ଆୟୋଜିତ ହୋଇଥାଏ ।