ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପରଲୋକ

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପରଲୋକ

ନୂଆଦିଲ୍ଲୀ:  ଶିଳ୍ପପତି ତଥା ସାହାରା ପ୍ରତିଷ୍ଠାତା ସୁବ୍ରତ ରୟଙ୍କର ଗତକାଲି ରାତିରେ ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବିଭିନ୍ନ ରୋଗରେ ପୀଡିତ ଥିଲେ।

ସ୍ୱାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ଗତ ରବିବାର ତାଙ୍କୁ କୋକିଳାବେନ ଧୀରୁଭାଇ ଅମ୍ବାନି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ରକ୍ତଚାପ, ଡାଇବେଟିସ ଆଦି ରୋଗରେ ପୀଡ଼ିତ ଥିଲେ।  ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଆସିଥିଲା । ଏହାପରେ ଗତରାତିରେ ହୃଦଘାତରେ ତାଙ୍କ ପରଲୋକ ହୋଇଛି। ଏନେଇ ସାହାର ଇଣ୍ଡିଆ ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ମୁମ୍ବାଇରେ ତାଙ୍କ ଅନ୍ତିମ ଦର୍ଶନ ପରେ ଲକ୍ଷ୍ନୌ ନିଆଯିବ । ସେଠି ସାହାରା ସିଟିରେ ତାଙ୍କ ଅନ୍ତିମ ସତ୍କାର କରାଯିବ ବୋଲି ସୂଚନା ମିଳିଛି। ସୁବ୍ରତ ରୟଙ୍କ ପତ୍ନୀ, ପୁଅ ଓ ଭାଇ ଅଛନ୍ତି।