କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକର ପ୍ରତିବାଦ । ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ । ସକାଳ ୬ ରୁ ସନ୍ଧ୍ୟା ୬ ଯାଏ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । ବିଧାୟକଙ୍କ ଭାଇ ତଥା ନଗରପାଳ ବରିୟାମ ସିଂ ସାଲୁଜାଙ୍କ ନେତୃତ୍ୱରେ ଏକ ବାଇକ ରାଲି କରି ପିକେଟିଂ କରି ଦୋକାନ ବଜାରକୁ ବନ୍ଦ କରିଥିଲେ ।

ଆଜିର ବନ୍ଦ ଡାକରାରେ ସହରର ବିଭିନ୍ନ ସରକାରୀ ଅନୁଷ୍ଠାନ, ଦୋକାନ ବଜାର ବନ୍ଦ ଥିବା ବେଳେ ଜରୁରୀ କାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି । ବନ୍ଦ ପାଳନରେ ଶତାଧିକ କଂଗ୍ରେସ କର୍ମୀ, ବିଧାୟକଙ୍କ ସମର୍ଥକ ସାମିଲ ଥିବା ଦେଖିବାକୁ ମିଳିଥିଲା ।

ସୂଚନା ଥାଉକି, ୧୫ ଦିନରେ ଭିତରେ ଜୀବନରେ ମାରିଦେବା ଉଲ୍ଲେଖ ଥିବା ଦୁଇଟି ବ୍ୟାନର ସହରର ବିଭିନ୍ନ ସ୍ଥାନରେ ଲାଗିଥିଲା ।