ଆସିବ ସଂଶୋଧିତ କୃଷି ନୀତି

ଆସିବ ସଂଶୋଧିତ କୃଷି ନୀତି

ଆସିବ ସଂଶୋଧିତ କୃଷି ନୀତି
ଭୁବନେଶ୍ୱର: ଆସିପାରେ ସଂଶୋଧିତ କୃଷି ନୀତି । କୃଷି ନୀତି ସଂପର୍କିତ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ହୋଇଯାଇଛି । ବୈଠକ ଶେଷ ହେବା ପରେ କୃଷି ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି । ୨୦୧୩ କୃଷି ନୀତିକୁ ପରିବର୍ତନ କରି ନୂତନ କୃଷୀ ଆସିବାର ରହିଛି । ନୂଆ କୃଷି ନୀତିରେ ଚାଷୀଙ୍କ ଆୟ ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱ ରହିବ । ନୂଆ କୃଷି ନୀତି ପାଇଁ ବିଭିନ୍ନ ବିଭାଗର ପରାମର୍ଶ ଲୋଡିଛନ୍ତି ସରକାର । ପରାମର୍ଶ ମିଳିବା ପରେ ନୂତନ କୃଷି ନୀତି ଖସଡା ପ୍ରସ୍ତୁତ କରାଯିବ ।