ପ୍ରାକ୍ ମୌସୁମୀ ବର୍ଷା, ରଥରୁ କମିବ ତାତି
ଭୁବନେଶ୍ୱର : ଆଶ୍ବସ୍ତିର ଖବର । ପାଣିପାଗ ବିଭାଗର ଆକଳନ, ରଥରୁ କମିବ ତାତି । ମଙ୍ଗଳବାରଠାରୁ ରାଜ୍ୟରେ ପାରଦ ଖସିବ। ୨୧ ତାରିଖ ରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ।ତେବେ ୨୧ରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ୨୨ ତାରିଖ ଆଡ଼କୁ ବର୍ଷାର ପରିମାଣ ବଢ଼ିବ ଓ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଫଳରେ ରାଜ୍ୟର ତାପମାତ୍ରା ପାଖାପାଖି ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ କମିଯିବ । ରାଜ୍ୟବାସୀଙ୍କୁ ତାତିରୁ ତ୍ରାହି ମିଳିବ।
ତେବେ ଆଜି ରାଜ୍ୟବାସୀ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେବେ। ଆଜି ପାଇଁ ୧୦ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀ ଷ୍ମ ପ୍ରବାହ ସମ୍ଭାବନାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।




admin 