ଗୁଳିମାଡରେ ଠିକାଦାର ମୃତ
ଟାଙ୍ଗୀ : ଖୋର୍ଦ୍ଧା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଗୁଳିମାଡ । ଏଥିରେ ଜଣେ ଯୁବ ଠିକାଦାରଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଟାଙ୍ଗି ଥାନା ରାଧାମୋହନପୁର ଗାଁର ରମେଶ ରାଉତ ବୋଲି ଜଣାପଡିଛି ।
ଏକ ବାଇକ୍ ଯୋଗେ ଠିକାଦାର ରମେଶ ରାଉତଙ୍କ ସମେତ ଆଉ ୨ ଜଣ ଯୁବକ ନିଜ ଘରକୁ ଫେରୁଥିଲେ । ଏହି ସମୟରେ ହଠାତ୍ ଆଉ ୨ ଜଣ ଯୁବକ ଆଉ ଏକ ବାଇକ୍ ଯୋଗେ ଆସି ସେମାନଙ୍କ ନିକଟରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଦୃବୁର୍ତ୍ତ ଏକ ବନ୍ଧୁକରୁ ଯୁବ ଠିକାଦାରଙ୍କ ଉପରକୁ ୩ ରାଉଣ୍ଡ୍ ଗୁଳି ମାଡ କରିଥିଲେ ।
ତେବେ ଗୁଳିମାଡ ପରେ ଦୃବୁର୍ତ୍ତ ମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଗୁରୁତର ଅବସ୍ଥାରେ ରମେଶ ରାଉତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟାଙ୍ଗୀ ପୋଲିସ ଏହି ଘଟଣାରେ ତନାଘନା ଜାରି ରଖିଛି ।




admin 