ଫନି ପାଇଁ ୪ ଡାକ୍ତର ନିଲମ୍ବିତ

ଫନି ପାଇଁ ୪ ଡାକ୍ତର ନିଲମ୍ବିତ

ଫନି ପାଇଁ ୪ ଡାକ୍ତର ନିଲମ୍ବିତ
ଭୁବନେଶ୍ୱର: ଫନି ବାତ୍ୟା ବେଳେ ନିଜ ଦାୟିତ୍ୱର ଅବହେଳା ପାଇଁ ୪ଜଣ ଡାକ୍ତର ନିଲମ୍ବିତ ହୋଇଛନ୍ତି । ପୁରୀ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଏହି ୪ ଡାକ୍ତରକୁ ନିଲମ୍ବିତ କରାଯାଇଛି । ଚିଲିକା ନୂଆପଡାରେ ସିଏଚସିର ୨ଜଣ ଡାକ୍ତର ନିଲମ୍ବିତ ହୋଇଛନ୍ତି । ଡା. ରାକେଶ ସାମନ୍ତରାୟ, ଡା. ଜାହାନ ପରବିନ । ବ୍ରହ୍ମଗିରି ରେବଣା ନୂଆଗାଁ ସିଏଚସିର ମଧ୍ୟ ୨ ଜଣ ଡାକ୍ତରଙ୍କୁ ନିଲମ୍ବିତ କରିଛନ୍ତି । ରେବଣା ନୂଆଗାଁର ଡା.ବାପୁଜୀ ନାୟକ, ଡା, ଜସ୍ମିନ ନୀଳିମା ପଣ୍ଡା ନଲମ୍ବିତ ହୋଇଛନ୍ତି । ଏଥିପାଇଁ ବଦଳିଲେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ।