ଘରୁ ୪ ରକ୍ତାକ୍ତ ମୃତଦେହ ଉଦ୍ଧାର

ଘରୁ ୪ ରକ୍ତାକ୍ତ ମୃତଦେହ ଉଦ୍ଧାର

ଘରୁ ୪ ରକ୍ତାକ୍ତ ମୃତଦେହ ଉଦ୍ଧାର
ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଉଲବିସା ଗାଁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ଗୋଟିଏ ଘର ଭିତରେ ବାପା ସହ ୩ ନାବାଳିକା ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ନାବାଳିକା ଝିଅଙ୍କୁ ବାପା ପିଟି ପିଟି ମାରିବା ପରେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ୩ ଝିଅଙ୍କ ବୟସ ୬ରୁ ୯ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।