ମୋଦିଙ୍କୁ ରାବଣ କହିଲେ ରାହୁଲ ଗାନ୍ଧୀ
ଭୁବନେଶ୍ୱର : ଅନାସ୍ଥା ପ୍ରସ୍ତାବକୁ ନେଇ ଲୋକସଭାରେ ସରଗରମ ଆଲୋଚନା ଚାଲିଛି । ଆଜି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଓ ନରେନ୍ଦ୍ର ମୋଦିଙ୍କୁ ଜୋରଦାର କାଉଂଟର କରିଛନ୍ତି । ରାହୁଲ ମୋଦିଙ୍କୁ ରାବଣ ସହ ତୁଳନା କରିବାକୁ ନେଇ ସଂସଦରେ ହଟ୍ଟଗୋଳ ଓ ନାରାବାଜି ଦେଖିବାକୁ ମିଳିଛି ।
ମଣିପୁର ପ୍ରସଙ୍ଗରେ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ । ରାହୁଲ କହିଲେଯେ, ସେ ମଣିପୁର ଯାଇ ସ୍ଥିତି ଦେଖିକି ଆସିଛନ୍ତି । କିନ୍ତୁ ମୋଦି ଏଯାଏଁ ମଣିପୁର ଯାଇନାହାନ୍ତି । ଭାରତ ମାତାଙ୍କୁ ସେଠାରେ ହତ୍ୟା କରାଯାଉଛି ବୋଲି ସେ କହିଥିଲେ । ସେହିପରି ମୋଦିଙ୍କୁ ସେ ରାବଣ ସହ ତୁଳନା କରିଥିଲେ । ରାବଣ ଯେଭଳି ମେଘନାଦ ଓ କୁମ୍ଭକର୍ଣ୍ଣ କଥା ଶୁଣୁଥିଲେ ଠିକ ସେମିତି ମୋଦି ଅମିତ ଶାହା ଓ ଆଦାନୀଙ୍କ କଥା ଶୁଣୁଛନ୍ତି । ହନୁମାନ ଲଙ୍କାକୁ ଜାଳିନଥିଲେ, ବରଂ ରାବଣର ଅହଙ୍କାର ହିଁ ଜାଳି ଦେଇଥିଲା ବୋଲି ସେ କହିଥିଲେ । ଯାହାକୁ ନେଇ ସଂସଦରେ ତୁମୁଳ ହଟ୍ଟଗୋଳ ହୋଇଥିଲେ । ବିରୋଧୀ ରାହୁଲ ରାହୁଲ ବୋଲି କହୁଥିବାବେଳେ ଶାସକ ମୋଦି ମୋଦି ବୋଲି ନାରାବାଜି କରିଥିଲେ ।