ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଆଗକୁ ନିର୍ବାଚନ। ଲିଟର ପିଛା ୫ରୁ ୭ ଟଙ୍କା କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଏ ନେଇ ମିଳିଛି ସଙ୍କେତ । ଲଗାତାର ୨୨ ମାସ ଧରି ତୈଳ ଦର ଅପରିବର୍ତ୍ତିତ ରହିଛି ।
ସିଲିଣ୍ଡର ପିଛା ୧୦୦ ଟଙ୍କା କମିଲା ରନ୍ଧନ ଗ୍ୟାସ । ହେଲେ ୨୨ ମାସ ଧରି କମିନି ପେଟ୍ରୋଲ ଓ ଡିଜେଲ ଖୁଚୁରା ଦର । ଏବେ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ । ନିର୍ବାଚନ ଆଚରଣ ବିଧି ଲାଗୁ ହେବାକୁ ଆଉ ମାତ୍ର କିଛି ଦିନ ବାକି । ତା’ ପୂର୍ବରୁ ଲିଟର ପିଛା କେନ୍ଦ୍ର ସରକାର ଓ ତୈଳ ବିପଣନ କମ୍ପାନୀ ୫ରୁ ୭ ଟଙ୍କା ହ୍ରାସ କରିପାରନ୍ତି । ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ଯୋଗୁ ମୁଦ୍ରାସ୍ଫୀତି ଓ ଖାଦ୍ୟ ସାମଗ୍ରୀ ଦର ଚଢା ରହୁଛି । ଦର କମିବା ନେଇ ପେଟ୍ରୋଲିୟମ୍ ଓ ଡିଲର୍ସ ଆସୋସିଏସନ୍ ଆଶା ରଖିଛି । ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବ୍ରୁଆରୀ ଭିତରେ ଅଶୋଧିତ ତୈଳ ଦର କମ୍ ଥିଲା ।
ଓଡ଼ିଶା ବଜାରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୭ ପଇସା ଓ ଡିଜେଲ ଲିଟର ପିଛା ୯୪ ଟଙ୍କା ୮୬ ପଇସା ରହିଛି । ତୈଳ ଦର ଉଚ୍ଚା ଯୋଗୁ ଦେଶରେ ମୁଦ୍ରାସ୍ଫୀତି କମୁନି। ଏବେ କେବଳ ମହଙ୍ଗା ବଜାରରୁ ଲୋକଙ୍କୁ ଆଶ୍ବସ୍ତ କରିବା ପାଇଁ ଦର ହ୍ରାସ ହେବାର ସମ୍ଭାବନା ରହିଛି ।