ବିଜେପିରେ ଆଜି ଜାରି ହେବ ନିର୍ବାଚନ ଇସ୍ତାହାର ପତ୍ର

ବିଜେପିରେ ଆଜି ଜାରି ହେବ ନିର୍ବାଚନ ଇସ୍ତାହାର ପତ୍ର

ବିଜେପିରେ ଆଜି ଜାରି ହେବ ନିର୍ବାଚନ ଇସ୍ତାହାର ପତ୍ର
ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ନିର୍ବାଚନ ପାଇଁ ଆଉ ଦୁଇ ଦିନ ପରେ ମତଦାନ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜନୈତିକ ଦଳମାନେ ପ୍ରଚାର ଜୋରଦାର କରି ଦେଇଛନ୍ତି । ଏହି ସ୍ଥିତିରେ ବିଜେପି ଆଜି ନିର୍ବାଚନୀ ଇସ୍ତାହାର ଜାରି କରିବାକୁ ଯୋଜନା କରୁଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିଜେପିର ନିର୍ବାଚନୀ ଘୋଷଣା ପତ୍ର ଜାରି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, କେନ୍ଦ୍ରଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ରହିବେ । ବିଜେପି ନିର୍ବାଚନୀ ଇସ୍ତାହାରରେ ବିକାଶ ଓ ଦେଶର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇପାରେ। ସୂଚନାଯୋଗ୍ୟ ୨୦୧୪ ଲୋକସଭା ନିବାଚନରେ ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଘୋଷଣା ପତ୍ର ‘ସଂକଳ୍ପ ପତ୍ର’କୁ ଏପ୍ରିଲ ୭ରେ ଜାରି କରାଯାଇଥିଲା । ଦେଶର ୧୬ତମ ସାଧାରଣ ନିର୍ବାଚନରେ ୯ ଟି ପର୍ୟ୍ୟାୟରେ ମତଦାନ ହୋଇଥିଲା । ଚଳିତ ନିର୍ବାଚନରେ ନିର୍ବାଚନ ଆୟୋଗ କହିଛନ୍ତି, ଦଳ ନିଜର ଘୋଷଣା ପତ୍ରକୁ ମତଦାନର ୪୮ ଘଣ୍ଟା ପୂର୍ବରୁ ଜାରି କରିପାରିବେ । କଂଗ୍ରେସ ପକ୍ଷରୁ ଗତ ମଙ୍ଗଳବାର ଘୋଷଣା ପତ୍ର ଜାରି କରାଯାଇଛି ।