ନଚିକେତାଙ୍କ ପରେ ଅଭିନନ୍ଦନ

ନଚିକେତାଙ୍କ ପରେ ଅଭିନନ୍ଦନ

ନଚିକେତାଙ୍କ ପରେ ଅଭିନନ୍ଦନ
ନୂଆଦିଲ୍ଲୀ : ୧୯୯୯ ମେ’ ୨୭ରେ ଭାରତୀୟ ବାୟୂସେନାର ଅଧିକାରୀଙ୍କୁ ଗିରଫ କରିଥିଲା ପାକିସ୍ତାନ । ଏହାର ପ୍ରାୟ ୨୦ ବର୍ଷ ପରେ ବାୟୂସେନାର ଆଉ ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । କେ ନଚିକେତାଙ୍କ ପରେ ଅଭିନନ୍ଦନ ବର୍ତମାନଙ୍କୁ ପାକିସ୍ତାନ ଗିରଫ କରିବା ଘଟଣା ଏବେ ଉଭୟ ଦେଶରେ ଆହୁରି ଉତେଜନାମୂଳକ ପରିସ୍ଥିତି ସୃଷ୍ଟିକରିଛି । ସୂଚନାଯୋଗ୍ୟଯେ, ୧୯୯୯ କାରଗିଲ ଯୁଦ୍ଧ ସମୟରେ ଫ୍ଲାଇଟ ଲେଫ୍ଟେନାଂଟ କେ ନଚିକେତା ମିଗ-୨୭ ଯୁଦ୍ଧ ବିମାନ ନେଇ ପାକିସ୍ତାନକୁ ଆକ୍ରମଣ କରିଥିଲେ । ଅପରପକ୍ଷରେ ପାକିସ୍ତାନ ବି ପାଲଟା ଆକ୍ରମଣ କରିଥିଲା । ନଚିକେତା ଏକ ବୋମା ମାଡ଼ କରିବା ବେଳେ ତାଙ୍କ ଇଞ୍ଜିନରେ ନିଅାଁ ଲାଗି ଯାଇଥିଲା । ଫଳରେ ସେ ନିଜକୁ ସୁରକ୍ଷିତ କରିବା ପାଇଁ ବିମାନରୁ ବାହାରି ପଡ଼ିଥିଲେ ମଧ୍ୟ ପାକିସ୍ତାନ ସୀମାରେ ପହଁଚିଥିଲେ । ପାକ ସେନା ତାଙ୍କୁ ବହୁ ନିର୍ଯ୍ୟାତନା ଦେଇଥିଲେ ବୋଲି ନଚିକେତା କହିଥିଲେ । ୮ ଦିନ ନିର୍ଯ୍ୟାତନା ପାଇବା ପରେ ନଚିକେତାଙ୍କୁ ପାକିସ୍ତାନ ଛାଡ଼ି ଦେଇଥିଲା ।