୩ ରୁ ଓଜେଏସ୍ ଲିଖିତ ପରୀକ୍ଷା
କଟକ : ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ) ମୁଖ୍ୟ ଲିଖିତ ପରୀକ୍ଷା ସେପ୍ଟେମ୍ବର ୩ରୁ ଅନୁଷ୍ଠିତ ହେବ। ଗୁରୁବାର ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପରୀକ୍ଷା କାର୍ୟ୍ୟସୂଚୀ ପ୍ରକାଶ ପାଇଛି।
ସେପ୍ଟେମ୍ବର ୩ରୁ ପରୀକ୍ଷା ଆରମ୍ଭ ହୋଇ ୭ ତାରିଖ ପର୍ୟ୍ୟନ୍ତ ଚାଲିବ। ଦୁଇଟି ସିଟିଂରେ ପରୀକ୍ଷା ହେବ। ପ୍ରଥମ ସିଟିଂ ସକାଳ ୯.୩୦ ରୁ ମଧ୍ୟାହ୍ନ ୧୨ଟା ଓ ଦ୍ୱିତୀୟ ସିଟିଂ ଅପରାହ୍ଣ ୨ଟାରୁ ୪.୩୦ ପର୍ୟ୍ୟନ୍ତ ଚାଲିବ। ୩ରେ ବାଧ୍ୟତାମୂଳକ (କମ୍ପଲସରି) ବିଷୟ ଇଂରାଜୀ ଓ ପ୍ରୋସିଡ୍ୟୁରାଲ ଲ’ ପରୀକ୍ଷା ହେବ। ସେହିପରି ୪,୫ ଓ ୭ ତାରିଖ ଇଚ୍ଛାଧୀନ(ଅପ୍ସନାଲ) ବିଷୟଗୁଡିକ ପରୀକ୍ଷା ହେବ। ଓପିଏସ୍ସି ପକ୍ଷରୁ ଭୁବେନଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ୨ ଟି କେନ୍ଦ୍ର, କଟକରେ ସୁଧାନନ୍ଦ ଇଞ୍ଜିନିୟରିଂ କଲେଜ ଓ ସମ୍ବଲପୁରର ଧାନକୌଡା ସ୍ଥିତ ସେଣ୍ଟ ଜନ୍ସ୍ ସ୍କୁଲରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଛି। ଚଳିତବର୍ଷ ୯୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ୨୮ରୁ ଓପିଏସ୍ସି ୱେବ୍ସାଇଟରେ ପ୍ରବେଶପତ୍ର ଡାଉନ୍ଲୋଡ କରିହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।




admin 