ପୁଅର ହାତୁଡ଼ି ମାଡ଼ରେ ବାପା ମୃତ

ପୁଅର ହାତୁଡ଼ି ମାଡ଼ରେ ବାପା ମୃତ

କଳିଙ୍ଗନଗର: କଳିଙ୍ଗନଗର ଥାନା ଅନ୍ତର୍ଗତ ଶାଳୀଜଙ୍ଗା ପଂଚାୟତ ବଜ୍ରପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି କ୍ଷ ପୁଅର ହାତୁଡ଼ି ମାଡ଼ରେ ବାପର ମୃତ୍ୟୁ ଘଟିଛି କ୍ଷ ମୃତକ ଜଣକ ହେଲେ ଏହି ଗ୍ରାମର ଭରତ ପରିଡା ।

ଗୁରୁବାର ସନ୍ଧ୍ୟାରେ କୌଣସି କଥାକୁ ବାପ ଭରତ ଓ ପୁଅ ଅର୍ଜୁନ ମଧ୍ୟରେ କଥା କଟା କଟି ହୋଇଥିଲା କ୍ଷ ଧୀରେ ଧୀରେ ଯୁକ୍ତିତର୍କ ବଢିଥିଲା କ୍ଷ ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଅର୍ଜୁନ ଏକ ହାତୁଡ଼ି ଆଣି ବାପ ଭରତଙ୍କ ମୁଣ୍ଡକୁ ପିଟି ଦେଇଥିଲା କ୍ଷ ଫଳରେ ଘଟଣାସ୍ଥଳରେ ଭରତଙ୍କର ମୃତ୍ୟୁ ହୋଇଥିଲା କ୍ଷ ଏହା ଦେଖି ଅର୍ଜୁନ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା କ୍ଷ ଖବର ପାଇ କଳିଙ୍ଗନଗର ଥାନା ଅଧିକାରୀ ରଞ୍ଜନ ପ୍ରଧାନ ଘଟଣା ସ୍ଥଳରେ ପହଂଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କ୍ଷ