ଚାକିରି ଆଶାୟୀଙ୍କ ଲାଗି ଖୁସି ଖବର, ସୃଷ୍ଟି ହେବ ୯ ଲକ୍ଷରୁ ଅଧିକ ନିଯୁକ୍ତି

ଚାକିରି ଆଶାୟୀଙ୍କ ଲାଗି ଖୁସି ଖବର, ସୃଷ୍ଟି ହେବ ୯ ଲକ୍ଷରୁ ଅଧିକ ନିଯୁକ୍ତି

ଭୁବନେଶ୍ବରନିଯୁକ୍ତି ଆଶାୟୀଙ୍କ ଲାଗି ଖୁସି ଖବର। ରାଜ୍ୟରେ ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି।  ଏହା ଦ୍ବାରା ଲକ୍ଷ ୧୪ ହଜାର ନିଯୁକ୍ତି ସୃଷ୍ଟି ହେବ ଏନେଇ ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହୋଇସାରିଛି ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ ଏହି ସୂଚନା ଦେଇଥିଲେ ଲଗାତାର ଦ୍ବିତୀୟ ଦିନ ଗୃହ ଅଚଳ ପରେ ଆଜି ଚତୁର୍ଥ ଦିନରେ ପ୍ରଶ୍ନକାଳ ସ୍ବାଭାବିକ ହୋଇଥିଲା ଶିଳ୍ପ ବିଭାଗ ସମ୍ପର୍କରେ ଆଲୋଚନା ହୋଇଥିଲା ଗୃହରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ

ଭଣ୍ଡାରୀପୋଖରୀ ବିଧାୟକଙ୍କ ପ୍ରଶ୍ନରେ ଉତ୍ତର ରଖି ଶିଳ୍ପମନ୍ତ୍ରୀ କହିଥିଲେ, ''ରାଜ୍ୟରେ ୮୪୮ ବୃହତ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି ଏହା ଦ୍ବାରା ଲକ୍ଷ ୧୪ ହଜାର ୮୯୫ ନିଯୁକ୍ତି ସୃଷ୍ଟି ହେବ ଏନେଇ ୨୧ ଲକ୍ଷ ୭୩ ହଜାର କୋଟି ଟଙ୍କା ପୁଞ୍ଜି ନିବେଶ ହୋଇସାରିଛି ଏହା ଗୋଟିଏ ରାତିରେ ହେଉନାହିଁ ଶିଳ୍ପାୟନକୁ ମିଶନ ମୋଡ୍‌ରେ ଚାଲୁ କରିବାକୁ ୨୦୧୫ରୁ ଆରମ୍ଭ ହୋଇଛି ୨୦୧୬ରୁ ମେକ୍‌ ଇନ୍‌ ଓଡ଼ିଶା କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା ଏନେଇ ଇଣ୍ଡଷ୍ଟ୍ରୀ ଉପଯୋଗୀ ପଦକ୍ଷେପ ନିଆଯାଉଛି ଶକ୍ତି, ପ୍ରାକୃତିକ ସମ୍ପତ୍ତିକୁ ଦେଖି ପଲିସି ତିଆରି ହୋଇଛି ରାଜ୍ୟକୁ ଜୋନ୍‌ରେ ପରିଣତ କରାଯାଉଛି ସବୁ ଜିଲ୍ଲାରେ ଅତନ୍ତ ଗୋଟିଏ ଇଣ୍ଡଷ୍ଟ୍ରୀ ସ୍ଥାପନ ହେବ '' 

ଚତୁର୍ଥ ଦିନରେ ଶିଳ୍ପ ସମ୍ପର୍କରେ ଗୃହରେ ଆଲୋଚନା ହୋଇଥିଲା ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ପ୍ରଶ୍ନ କରିଥିଲେ ଯେ, ''ରାଜ୍ୟରେ କିପରି ଭାବେ ଶିଳ୍ପ ଘଟିଛି ଶିଳ୍ପରେ ବିକାଶ ହେବା ସହ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇଛି ଏତେ ବିକାଶ ହେବା ପରେ ବି ମନ୍ତ୍ରୀ ଉତ୍ତର ରଖିବେ କି ରାଜ୍ୟରେ ବେକାରୀ ସମସ୍ୟା କେତେ ଦୂର ହୋଇଛି ଯେଉଁ ପିଲିସି ତିଆରି ହୋଇଛି ତାର ଆଗାମୀ ଉନ୍ନତୀ ଆଉ କିଛି ସଂସ୍କରଣ କରିବାକୁ ସର୍ବେକ୍ଷେଣ କରିଛନ୍ତି କି ଶିଳ୍ପ ମାତ୍ର ଗୋଟିଏ ଜାଗାରେ ଉନ୍ନତୀ ହେଉଛି ନା ସମଗ୍ର ରାଜ୍ୟରେ ହେଉଛି '' ଯାହାର ଜବାବରେ ଉପରୋକ୍ତ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ