ବିଧାନସଭା: କୋଶଳୀ ଭାଷାରେ ପ୍ରଶ୍ନ, ଉତ୍ତର
ଭୁବନେଶ୍ୱର: ଆଜି ବିଧାନସଭାରେ କୋଶଳୀ ଭାଷାକୁ ନେଇ ଚର୍ଚ୍ଚା। ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ କରିବା ପରେ ଏହାର ଉତ୍ତର ବି ରଖିଥିଲେ ମନ୍ତ୍ରୀ ପ୍ରତାପ ଦେବ। ତାହା ପୁଣି କୋଶଳୀ ଭାଷାରେ। ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା, ପରେ ଆଦିବାସୀ ଜମି ପ୍ରସଙ୍ଗ । କୋଶଳୀ ଭାଷାରେ ଚାଲିଲା ପ୍ରଶ୍ନ ଉତ୍ତର । ଦୁଇ ଦିନ ହଟ୍ଟଗୋଳ ପରେ ଆଜି ସ୍ୱାଭାବିକ ହୋଇଛି ବିଧାନସଭା ପ୍ରଶ୍ନକାଳ । ପ୍ରଥମେ ଶକ୍ତି ବିଭାଗ ଉପରେ ଆଲୋଚନା ହେବା ପରେ ଆରମ୍ଭ ହୋଇଥିଲା ଆଦିବାସୀ ଜମି କିଣାବିକା ପ୍ରସଙ୍ଗ । କୋଶଳୀ ଭାଷାରେ ହୋଇଥିଲା ବିଧାନସଭାରେ ପ୍ରଶ୍ନୋତ୍ତର ।
ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିଲେ । ଆଉ ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ କୋଶଳୀ ଭାଷାରେ ଉତର ମଧ୍ୟ ଦେଲେ । ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ପଶ୍ଚିମ ଓଡ଼ିଶାରେ କିଛି ସ୍ଥାନରେ ବିକ୍ଷୋଭ ଦେଖିବାକୁ ମିଳିଥିବା ବେଳେ ବିଧାନସଭାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୁଇ ଦିନ ପରେ ହଟଗୋଳ ପରେ ଆଜି ବିଧାନସଭା ସୁରୁଖୁରୁରେ ଆରମ୍ଭ ହୋଇଥିଲା । ପ୍ରଥମେ ଶିଳ୍ପ ବିଭାଗ ଉପରେ ଆଲୋଚନା ହୋଇଥିଲା । ନରସିଂହ ମିଶ୍ର କୋଶଳୀ ଭାଷାରେ ପ୍ରଶ୍ନ ପଚାରିବା ପରେ କୋଶଳି ଭାଷାରେ ଉତର ରଖିଥିଲେ ମନ୍ତ୍ରୀ । ଆଦିବାସୀଙ୍କୁ ଜମି ପଟ୍ଟା ପ୍ରଦାନ ପ୍ରସଙ୍ଗକୁ ନେଇ ଦୁଇ ଦିନ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା ।




user2 